STORYMIRROR

ପ୍ରଜ୍ଞା ପାରମିତା

Others

3  

ପ୍ରଜ୍ଞା ପାରମିତା

Others

ଏଠି ବର୍ଷା ହେଉଛି

ଏଠି ବର୍ଷା ହେଉଛି

1 min
452


ଏଠି ବର୍ଷା ହେଉଛି 

ଭିଜୁଛି ବର୍ଷାତି 

ଏଠି ଭିଜୁଛି କଅଁଳିଆ ପତ୍ର

ପୁଣି ଭିଜୁଛି 

ଦରଖୋଲା କାହାର 

କୋହଭରା ଛାତି ..


ଗେହ୍ଲେଇ ବୁଢ଼ୀର ଦରଭଙ୍ଗା ଖଟରୁ

ଝରୁଛି ପାଣି 

ନିଗୁଡୁଛି 

ଅଳନ୍ଧୁ ଲଗା ପେଟେରାରୁ 

କାଦୁଅ ଛଟା ସଙ୍ଘାରୁ

ପୁରୁଣା ସାତ ସିଆଁ କନ୍ଥାରୁ 

ଶୁଷ୍କ ଚକ୍ଷୁର ଦରଭିଜା ଇତିହାସ ରୁ

ମହଣ ମହଣ ଅପାସୋରା ଗୀତି ..


ବାଲତି ,କଂସା ଓ କୁଣ୍ଡ

ପଡି ଯାଉଛି ଊଣା

କରିବାକୁ ଭରଣା 

ବର୍ଷାର ବତିସା ..


ତେଣେ ଶୁକୁଟା ବୁଢା

କରିଛି ଆଁ 

ପିଇବାକୁ ଢ଼ୋକେ

କାହାର ହାତ ଟେକା ପାଣି ..


ଏଠି ବର୍ଷା ହେଉଛି 

ଭିଜୁଛି ଦୋତାଲା ଉଆସ

ଭିଜୁଛି ଚିକ୍କଣ ଅଗଣା 

ଭିଜୁଛି ଜାଲି ଲଗା ଫୁଲର ଦୁଆର 


ହେଲେ ବୁଢ଼ା ଅନିସା କରିଛି

ଆପଣାର ବାଟ 

ଶୁଖି ଯାଉଛି ତଣ୍ଟି 

ଶୁଖି ଯାଉଛି ଓଠ 

ଚକ୍ଷୁର ଆଦ୍ରତାରେ

ମେଣ୍ଟାଇ ଚାଲିଛି

ବର୍ଷାର ଅବଶୋଷ 


ଏଠି ବର୍ଷା ହେଉଛି ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍