STORYMIRROR

ପ୍ରଜ୍ଞା ପାରମିତା

Abstract

2  

ପ୍ରଜ୍ଞା ପାରମିତା

Abstract

ମୁଁ ମଧ୍ୟ ଜଣେ ନାରୀ

ମୁଁ ମଧ୍ୟ ଜଣେ ନାରୀ

1 min
3.1K

ମୁଁ ମଧ୍ୟ ଜଣେ ନାରୀ 

ମୁଁ ବୁଝିଛି 

ସମାଜରେ ମୋର ସ୍ଥାନ 

ମୁଁ ବୁଝିଛି 

ଗୃହରେ ମୋର କର୍ତ୍ତବ୍ୟ 

ମୁଁ ବୁଝିଛି 

ମୋ ପରିବାର ର ଦାୟିତ୍ୱ 

ମୁଁ କେବଳ ଏତିକି ଜାଣିଛି

ମୁଁ ଠିକ୍ ଥିଲେ ଦୁନିଆ ଠିକ୍ 

ମୁଁ ଚାହିଁଲେ 

ହସିବ ମୋ ପରିବାର 

ମୁଁ ନଚାହିଁଲେ

ଉଜୁଡ଼ି ଯିବ ମୋ ସଂସାର 

ମୁଁ ରଖିବି ନିଜକୁ ଶୃଙ୍ଖଳିତ 

ରହିବି ମାନ ଓ ସମ୍ମାନ ସହିତ 

ଶରୀରକୁ ଘୋଡାଇ ,

ସଂସ୍କୃତି କୁ ବଞ୍ଚାଇ 

ନାରୀ ସୁଲଭ ଗୁଣର

କରିବି ପ୍ରସ୍ଫୁଟନ 

ତାପରେ ଦେଖିବି 

କିଏ ମୋତେ କରିବ ସାହସ

କହିବାକୁ କିଛି 


ଦୋଷ କଣ କେବଳ

ପୁରୁଷର

ନା ଦୋଷ କେବଳ

ଆମ ନାରୀ ମାନଙ୍କର

ନା' ଆଦୌ ନୁହେଁ

ଦୋଷ ଆମେ ଗ୍ରହଣ କରୁଥିବା

ଆମ ପାଶ୍ଚାତ୍ୟ ସଂସ୍କୃତିର

ଯାହା ଆମ ସଂସ୍କାରରେ ଅଛି


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Abstract