STORYMIRROR

ପ୍ରଜ୍ଞା ପାରମିତା

Others

3  

ପ୍ରଜ୍ଞା ପାରମିତା

Others

ପରିଚୟ

ପରିଚୟ

1 min
89


ଦିନ କେଇଟାରେ 

ବଦଳିଗଲ ତୁମେ

ବଦଳିଗଲା 

ତୁମ ପରିଚୟ


ସ୍ୱପ୍ନ ନାୟକରୁ

ସାଜିଗଲ

କାହା ମଥାର ସିନ୍ଦୂର 

ନୂଆ ମଣିଷକୁ 

ଆପଣାର କରି

ଚାଲିଗଲ

ଦୂର ବହୁ ଦୂର


ତୁମର ଏବେ ନୂଆ ଏକ ଘର

ପୁଣି ନୂଆ ନୂଆ ସଂସାର

ଖୁସିରେ ଉଚ୍ଛୁଳି ଥିବ 

ତୁମ ଛୋଟ ପରିବାର 


ହାତରନ୍ଧାରେ 

ମୋହୁଥିବ ମନ ତୁମର


ପଖାଳ କଂସାର

 ଆଢୁଆଳେ ବସି

ଦଉଥିବ ମୁରୁକି ସେ ହସି

ଚାହାର ଉଷୁମ ସ୍ପର୍ଶରେ

ମିଠାସ୍ ଭି ଯାଉଥିବ ମିଶି 


ତୁମ ଆଡେ 

ଏବେ ମେଘ

ହେଲେ ଆମ ଆଡେ 

ନିଶଦ୍ଧ


ତୁମ ଅଗଣାରେ ବସନ୍ତ

ଏଣେ କିନ୍ତୁ 

ଜଳବିନା ହତସନ୍ତ


ତୁମେ ଏବେ ମହକୁଛ

ସାଜି କାହା 

ଗଭାର ଗଜରା

 ମୁଁ କିନ୍ତୁ

 ଏବେବି ସେଇ

 ସ୍ୱପ୍ନ ଇଲାକାରେ

ନିତି ଦେଉଥାଏ 

ଲୁହର ହାଜିରା

          ପ୍ରଜ୍ଞା ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍