ଦୃଶ୍ୟ ଜଗତ
ଦୃଶ୍ୟ ଜଗତ
1 min
140
ଅସତ୍ ବସ୍ତୁର ନଥାଏ ଅସ୍ତିତ୍ୱ
ସତ୍ ବସ୍ତୁର ଅଭାବ,
ସମୟର ଚକ ବୁଲୁଥାଏ ଖରେ
ବଦଳେ ମଣିଷ ସ୍ୱଭାବ ।
ନାଶରହିତ ଏ ଦୃଶ୍ୟ ଜଗତରେ
ମାୟା ମରିଚିକା ଖେଳ,
ନାଶବାନ୍ ଏଠି ମଣିଷ ଶରୀର
ଆତ୍ମା ଏ ସବୁରି ମୂଳ ।
ଆତ୍ମା ଅଜନ୍ମା, ନିତ୍ୟ ସତାତନ
ଅବ୍ୟୟ ସ୍ଥିର ଅଚଳ,
ବିକାରଗ୍ରସ୍ତ ଏ ମନୁଷ୍ୟ ଜଗତେ
ପାର୍ଥିବ ହୁଏ ବାଚାଳ ।
ପ୍ରତ୍ୟକ ଶରୀରେ ଆତ୍ମାଯେ ଅବଧ୍ୟ
ଶରୀର ଖୋଳପା ପ୍ରାୟ,
ଦୃଶ୍ୟାତୀତ ହୁଏ, ଜନ୍ମର ମାତ୍ରକେ
ନାଶ ହେଲେ ଅପ୍ରମେୟ ।
ଅବ୍ୟକ୍ତ , ଅଚିନ୍ତ୍ୟ, ବିକାର ରହିତ
ନିରାକାର ବ୍ରହ୍ମରୂପୀ
ଶରୀର ନିହିତ,କାଳ ହସ୍ତଗତ
ମୋକ୍ଷ ଲୋଡ଼ ନାମ ଜପି ।
