STORYMIRROR

ପ୍ରଜ୍ଞା ପାରମିତା

Others

2  

ପ୍ରଜ୍ଞା ପାରମିତା

Others

ବିଭ୍ରମ ମୂର୍ଚ୍ଛନା

ବିଭ୍ରମ ମୂର୍ଚ୍ଛନା

1 min
198


ରାଜକୀୟ ମର୍ଯ୍ୟାଦାରେ

ଭାଗ୍ୟର ଭୂଗୋଳ

ପିଠି ଥାପି ତୋଳୁଥିଲା

ବିଭ୍ରମ ମୂର୍ଚ୍ଛନା

ଦିଗ ହୁଡୁଥିଲେ ମୋ ସପନ

ବାଟ ହୁଡୁଥିଲେ ମୋ ଭାବନା


ତୁମେ କିନ୍ତୁ ବ୍ୟସ୍ତ ଥିଲ

ସାଉଁଟିବାରେ

ନିଜ ବୀରତ୍ୱର ଗାଥା

ତୀକ୍ଷ୍ଣ ଖଡ଼୍ଗର ଉଦ୍ଦାମତା


ସ୍ମୃତିର ତାରୁଣ୍ୟତା

ହେଉଥିଲେ ଅସ୍ପଷ୍ଟ

ପ୍ରତିଶ୍ରୁତିର ବଉଦ

ହେଉଥିଲେ ନିରୁଦ୍ଧିଷ୍ଟ


କେଉଁ ଏକ

ଆଲେଖ୍ୟ ଉପନ୍ୟାସ ପରି

ଜୀବନ୍ୟାସ ସଞ୍ଚୁଥିଲେ 

ମୋ ଭାବନା ..

କ୍ଷଣିକ ପାଇବାର ଲୋଭରେ

ଦରଗଢା ସ୍ୱପ୍ନ ସବୁ

ତୋଳୁଥିଲେ 

ମିଥ୍ୟା ଏକ ସମ୍ଭାବନା ..


Rate this content
Log in