ଆସୁଥିବେ ଦିବାକର
ଆସୁଥିବେ ଦିବାକର
ଆସୁଥିବେ ଦିବାକର
ନିଷ୍ପାପ ଶିଶୁର ଦରୋଟି ହସରେ
ମା' ଟିର ଭୋକ ମରେ,
ମା' ମମତାର ବୁନ୍ଦାଏ ଅମୃତେ
ଶିଶୁର ଉଦର ପୁରେ ।
ରାତିର ବୟସ ବଢିଚାଲେ ଧିରେ
ଶୀତର ପ୍ରକୋପ ସାଥେ,
ଚିରା ପଣତକୁ ସମ୍ବଳ କରିଣ
ଢାଳୁଥାଏ ଲୁହ ଯେତେ ।
ପିଞ୍ଜରା ଥରାଏ ଶୀତର ପ୍ରକୋପ
ନସମ୍ଭାଳେ ପଥାଲୋକ,
କନ୍ଥା କି କମ୍ବଳ ନାହିଁରେ ସମ୍ବଳ
ଉଗ୍ର ହୁଏ ପେଟ ଭୋକ ।
ପଶୁ ଏ ମଣିଷ, ଅନ୍ଧ ଏ ସମାଜ
କର୍ତ୍ତବ୍ୟ ବିମୁଖ ଏଠି,
ବେସାହାରା ପାଇଁ ଦରଦ ଟି ନାହିଁ
ଖାଦ୍ୟ ଫିଙ୍ଗେ ଏଠି ସେଠି ।
ପେଟର ଜ୍ୱାଳାରେ ତ୍ରାହି ତ୍ରାହି ଡାକେ
ଦୋକାନ ପିଣ୍ଡାରେ ବସି,
ଆତୁରେ ଜାବୁଡେ, ସ୍ନେହର ଶିଶୁକୁ
ଚିରା ପଣତକୁ ଲେସି ।
ବୋକ ତୋଳୁଥାଏ ନିଷ୍ପାପ ଗାଲରେ
କହୁଥାଏ ବାରବାର ,
ତୁନି ହୁଅ ବାରେ, ଜୀବନ ଧନମୋ
ଆସୁଥିବେ ଦିବାକର ।
ପ୍ରଜ୍ଞା ପାରମିତା ପଣ୍ଡା
ମାହାଙ୍ଗା