STORYMIRROR

ପ୍ରଜ୍ଞା ପାରମିତା

Inspirational

4  

ପ୍ରଜ୍ଞା ପାରମିତା

Inspirational

ବାପା

ବାପା

1 min
343


ତୁମେ ଆମ ଘରର ସାହସ ଆଉ ବିଶ୍ବାସ 

ତୁମେ ତ ଆମ ପାଇଁ ମାଟି ଆଉ ଆକାଶ


ତୁମେ ତ ସଂଘର୍ଷର ବତାସରେ ଧର୍ଯ୍ୟର ବନ୍ଧ

ସମସ୍ୟାର ଜଙ୍ଗଲରେ କସ୍ତୁରିର ଗନ୍ଧ 


ତୁମେ ଦାୟିତ୍ୱର ପରିଚାଳକ

ଅସ୍ତିତ୍ବର ପରିବାହକ

ତୁମେ ଅଭିମାନର ସହରରେ 

ସ୍ୱାଭିମାନର ଗଣ୍ଠି

ଅଭାବି ସଂସାରରେ 

ସୁରକ୍ଷିତ ପାଣ୍ଠି 


କେବେ ତୁମେ ଜଳ

ତ କେବେ ତୁମେ 

ଜୀବନ ଉଦ୍ଧାର କାରୀ 

ସୁଖା ଖଣ୍ଡେ ରୁଟି


କେବେ ତୁମେ ସୁନ୍ଦର ଏକ ହସ

ତ କେବେ ଦୃଢ ଏକ ଅନୁଶାସନ 

ଆଉ କେବେ ସ୍ୱତନ୍ତ୍ରତା ଭରା 

ଦୁର୍ମୂଲ୍ୟ ଭାଷଣ


କେବେ ତୁମେ ସ୍ବପ୍ନ ତ

କେବେ ତୁମେ ସ୍ବପ୍ନ ପୂରଣର ମାଧ୍ୟମ

ଆଉ କେବେ ବନିଯାଅ

ସୁଖର ପୂଣ୍ୟମୟ କ୍ଷୁଦ୍ର ଏକ ଧାମ


କେବେ ମୁଁ ଦେଖିନି ଈଶ୍ବର 

ନା ଦେଖିଛି ତାଙ୍କ ସ୍ବରୂପ 

ହେଲେ ମୁଁ ଏତିକି ଜାଣେ 

ମୋ ବାପା,

ଭିନ୍ନ କେହି ନୁହେଁ 

ଈଶ୍ଵରଙ୍କ ଅନ୍ୟ ଏକ ରୂପ ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational