Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Drama Tragedy Classics

3  

Papu parida

Drama Tragedy Classics

ବିଦାୟର ଏହି ମୁହୂର୍ତ୍ତରେ

ବିଦାୟର ଏହି ମୁହୂର୍ତ୍ତରେ

1 min
188


ବିଦାୟର ଏହି ମୁହୁର୍ତ୍ତରେ

ଗାଉଅଛୁ ଏଇ ଗୀତ ଆମେ

ସ୍ମୃତିପଟ୍ଟେ ସବୁ ରହିଥିବ ସିନା

ସାମ୍ନାରେ ନଥିବ ତୁମେ ତୁମେ ତୁମେ ।


ବିଦାୟର ଏହି ମୁହୁର୍ତ୍ତରେ

ଗାଉଅଛୁ ଏଇ ଗୀତ ଆମେ

ସ୍ମୃତିପଟ୍ଟେ ସବୁ ରହିଥିବ ସିନା

ସାମ୍ନାରେ ନଥିବ ତୁମେ ତୁମେ ତୁମେ ।


    ଝୁରିବେ ଶିକ୍ଷାର୍ଥୀ ଝୁରିବେ ଶିକ୍ଷକ

    ଝୁରିବେ ଏ ଗ୍ରାମବାସୀ

    ଝୁରିବେ ଶିକ୍ଷାର୍ଥୀ ଝୁରିବେ ଶିକ୍ଷକ

    ଝୁରିବେ ଏ ଗ୍ରାମବାସୀ ।

    ସୁଖରେ ଦୁଃଖରେ ଭଲରେ ମନ୍ଦ ରେ

    ଆଉ କି ପାରିବୁ ମିଶି ? 

    ସୁଖରେ ଦୁଃଖରେ ଭଲରେ ମନ୍ଦ ରେ

    ଆଉ କି ପାରିବୁ ମିଶି ?


ଜାଣିନୁ କିପରି ହେବ ମନୋସ୍ଥିତି 

କଳ୍ପନାରେ ଭାସୁଅଛୁ ଆମେ

ସ୍ମୃତିପଟ୍ଟେ ସବୁ ରହିଥିବ ସିନା

ସାମ୍ନାରେ ନଥିବ ତୁମେ ତୁମେ ତୁମେ ।


     ତୁମ ଉଦ୍ୟମରେ ଏହି ବିଦ୍ୟାଳୟ

     ପାଇଥିଲା ନୂଆଁ ରୂପ

     ତୁମ ଉଦ୍ୟମରେ ଏହି ବିଦ୍ୟାଳୟ

     ପାଇଥିଲା ନୂଆଁ ରୂପ

     ତୁମ ଗଲା ପରେ ଶ୍ରୀହୀନ ହୋଇବ

     ମନ ହେବ ଭଗ୍ନ ସ୍ତୁପ।

     ତୁମ ଗଲା ପରେ ଶ୍ରୀହୀନ ହୋଇବ

     ମନ ହେବ ଭଗ୍ନ ସ୍ତୁପ।


ତୁମ ଉପସ୍ଥିତି ସାହାସ ଆମର 

କାହିଁ ଆଜି ଟିକେ ଟିକେ କମେ

ସ୍ମୃତିପଟ୍ଟେ ସବୁ ରହିଥିବ ସିନା

ସାମ୍ନାରେ ନଥିବ ତୁମେ ତୁମେ ତୁମେ ।


ବିଦାୟର ଏହି ମୁହୁର୍ତ୍ତରେ

ଗାଉଅଛୁ ଏଇ ଗୀତ ଆମେ

ସ୍ମୃତିପଟ୍ଟେ ସବୁ ରହିଥିବ ସିନା

ସାମ୍ନାରେ ନଥିବ ତୁମେ ତୁମେ ତୁମେ ।୍


Rate this content
Log in

Similar oriya poem from Drama