ବିଚ୍ଛେଦ
ବିଚ୍ଛେଦ
ଜଳେ ଦିକିଦିକି ବିଚ୍ଛେଦ ସ୍ଫୁଲିଙ୍ଗ
ଦାହେ ହୃଦ ପଦ୍ମବନ
ଭାବାବେଗ ହୁଏ ଯନ୍ତ୍ରଣା କାତର
ଚିତ୍ତ ଅସ୍ଥିର ଉଦବିଗ୍ନ ।
ଭାଙ୍ଗିଲେ ହୃଦୟ ଯୋଡିହୁଏ ନାହିଁ
ବିଚ୍ଛେଦ ଦାରୁଣ ଦୁଖ
ଜାଣନ୍ତି ସମସ୍ତେ ପୋଡିଗଲେ ବନ
ହୃଦୟ ଜଳେ ନିଭୃତ ।
ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ
ବଦଳେ ଅବସ୍ଥା ଚକ୍ର
ଏଣୁ ଧୀର ଜନେ ସୁଖରେ ଅଧିର
ଦୁଖେ ନୁହନ୍ତି କାତର ।
ଆସିବ ଜୀବନେ ବହୁ ବାଧାବିଘ୍ନ
କେତେ ଦୁଖ ଝଡ଼ଝଞ୍ଜା
ଅବିଚଳ ହୋଇ କରିବା କର୍ତ୍ତବ୍ୟ
ଶ୍ରେଷ୍ଠ ଧୈର୍ଯ୍ୟ ସହିଷ୍ଣୁତା ।
ହୁଅନି ଦାହକ ପାବକ ପ୍ରାୟକ
ବିନାଶକ ହୁତାଶନ
ନ ଜଳୁ ହୃଦୟ ବାକ୍ୟ ବ୍ୟବହାରେ
ସଂଯୋଗ କର୍ମ ସୃଜନ ।
ରଖ ସୁବିଶ୍ୱାସ ସମ୍ବନ୍ଧ ସମ୍ପର୍କ
ଭାବର ବନ୍ଧନ ଦୃଢ଼
ଏକ ମନପ୍ରାଣେ ହୁଅ ସମ୍ମୁଖୀନ
ଅପସରି ଯିବ ଝଡ଼ ।
----