STORYMIRROR

Satyabati Swain

Fantasy Inspirational

3  

Satyabati Swain

Fantasy Inspirational

ବିଭୋର

ବିଭୋର

1 min
337

ମାଟି ମଗ୍ନ ହୃଦ

ଆଗକୁ ବଢେ ଦୁଇ ପାଦ

ବେକ ଭାଙ୍ଗି

ଆଖି ମିଟି ମିଟି କରି

ଦେଖେ ଶରତ ନୀଳ ଆକାଶ

ଧଳା ବଉଦ

ବଉଦ ଫାଂକେ

ମୁଚୁକୁନ୍ଦିଆ ହସୁଥିବା

ଫାଜିଲ୍ ଜହ୍ନକୁ।


ଆରେ ଏ କଣ!

ଧଳା ମେଘକୁ 

ଠେଲି ଦେଇ କଳା ମେଘ ଖଣ୍ଡେ

ଲୁଚେଇ ଦେଲା

ଜହ୍ନ ମୁହଁ

ବର୍ଷିଗଲା ଅସରାଏ ବର୍ଷା

ଜହ୍ନ ଭିତରେ

ଓଦା ହେଲା ବେଶୀ

ଉପରେ କମ୍

କଣ ଯେ

ତୁମେ ଜହ୍ନ ହସକୁ

ଏତେ ଈର୍ଷା କଲ!


ଜହ୍ନ କର ଲେଉଟାଇ

ଅଣ୍ଡାଳିଲା ସୂର୍ଯ୍ୟଙ୍କୁ

ସୂର୍ଯ୍ୟ ବି ଫିଙ୍ଗିଦେଲେ

ଗୋଟେ କଅଁଳ ହସ

କଇଁ ମନ ଊଣା କଲା

ପଦ୍ମ ଦାନ୍ତ ନେଫେଡେଇ ହସିଲା

ବର୍ଷା ନଥିଲା

ଆକାଶ ନିର୍ମଳ

କାଶତଣ୍ଡି

ବାଢୁଛି ଅର୍ଘ୍ୟ

ମାଙ୍କ ଆବାହନୀରେ

ମାଟି ଓ ମଣିଷ ତତ୍ପର

ବିଭୋର ସଚରାଚର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy