ବିଭୋର
ବିଭୋର
ମାଟି ମଗ୍ନ ହୃଦ
ଆଗକୁ ବଢେ ଦୁଇ ପାଦ
ବେକ ଭାଙ୍ଗି
ଆଖି ମିଟି ମିଟି କରି
ଦେଖେ ଶରତ ନୀଳ ଆକାଶ
ଧଳା ବଉଦ
ବଉଦ ଫାଂକେ
ମୁଚୁକୁନ୍ଦିଆ ହସୁଥିବା
ଫାଜିଲ୍ ଜହ୍ନକୁ।
ଆରେ ଏ କଣ!
ଧଳା ମେଘକୁ
ଠେଲି ଦେଇ କଳା ମେଘ ଖଣ୍ଡେ
ଲୁଚେଇ ଦେଲା
ଜହ୍ନ ମୁହଁ
ବର୍ଷିଗଲା ଅସରାଏ ବର୍ଷା
ଜହ୍ନ ଭିତରେ
ଓଦା ହେଲା ବେଶୀ
ଉପରେ କମ୍
କଣ ଯେ
ତୁମେ ଜହ୍ନ ହସକୁ
ଏତେ ଈର୍ଷା କଲ!
ଜହ୍ନ କର ଲେଉଟାଇ
ଅଣ୍ଡାଳିଲା ସୂର୍ଯ୍ୟଙ୍କୁ
ସୂର୍ଯ୍ୟ ବି ଫିଙ୍ଗିଦେଲେ
ଗୋଟେ କଅଁଳ ହସ
କଇଁ ମନ ଊଣା କଲା
ପଦ୍ମ ଦାନ୍ତ ନେଫେଡେଇ ହସିଲା
ବର୍ଷା ନଥିଲା
ଆକାଶ ନିର୍ମଳ
କାଶତଣ୍ଡି
ବାଢୁଛି ଅର୍ଘ୍ୟ
ମାଙ୍କ ଆବାହନୀରେ
ମାଟି ଓ ମଣିଷ ତତ୍ପର
ବିଭୋର ସଚରାଚର।
