ବିଭୀଷିକା
ବିଭୀଷିକା
ଚାରିଆଡ଼େ ବିଭୀଷିକା
ସିଏ ମୃତ୍ୟୁର ହେଉ
ଅବା ରୋଗର,
ସମସ୍ତେ ଅବାକ୍
କିଂକର୍ତ୍ତବ୍ୟବିମୁଢ ll
ସଇତାନ୍ ଦାନବର କବଳରେ
ମା କୋଳରୁ ଛୁଆ ଚାଲିଯାଏ,
ମମତାର ମୂଲ
କି ଲୁହର ଦାନ ;
ସବୁ ଫିକା ଲାଗେ
ତାର ଲେଲିହାନ ଜିହ୍ଵାରେ ll
ଗ୍ରାସ କରିଚାଲେ—
ଗାଁ ରୁ ଗାଁ କୁ,
ସହରରୁ ସହରକୁ,
ଦେଶରୁ ଦେଶକୁ,
ମାଡିଯାଏ ସାରା ପୃଥିବୀକୁ ll
ଅକ୍ଷାଂଶ ଉପରେ ଛିଡ଼ା ହୋଇ
ଆହ୍ଵାନ କରେ ;
କିଏ ଅଛ ଆସ ଜିତିବ
ମୁଁ ଅଜର ଅମର ll
ସିଏ କୃଷି କୁହ, ଚାଷୀ କୁହ
ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତି,
ସବୁ ଆଜି ବିପର୍ଯ୍ୟସ୍ତ
ରଚୁଛି ତାଣ୍ଡବ ବିଭୀଷିକା ଏକ
ଅଜଣା ମୃତ୍ୟୁର ll