STORYMIRROR

Ashok Kumar Pradhan

Horror

3  

Ashok Kumar Pradhan

Horror

ବିଭୀଷିକା

ବିଭୀଷିକା

1 min
11.9K

ଚାରିଆଡ଼େ ବିଭୀଷିକା

ସିଏ ମୃତ୍ୟୁର ହେଉ 

ଅବା ରୋଗର, 

ସମସ୍ତେ ଅବାକ୍

କିଂକର୍ତ୍ତବ୍ୟବିମୁଢ ll


ସଇତାନ୍ ଦାନବର କବଳରେ

ମା କୋଳରୁ ଛୁଆ ଚାଲିଯାଏ, 

ମମତାର ମୂଲ 

କି ଲୁହର ଦାନ ;

ସବୁ ଫିକା ଲାଗେ

ତାର ଲେଲିହାନ ଜିହ୍ଵାରେ ll


ଗ୍ରାସ କରିଚାଲେ—

ଗାଁ ରୁ ଗାଁ କୁ, 

ସହରରୁ ସହରକୁ, 

ଦେଶରୁ ଦେଶକୁ, 

ମାଡିଯାଏ ସାରା ପୃଥିବୀକୁ ll


ଅକ୍ଷାଂଶ ଉପରେ ଛିଡ଼ା ହୋଇ 

ଆହ୍ଵାନ କରେ ;

କିଏ ଅଛ ଆସ ଜିତିବ 

ମୁଁ ଅଜର ଅମର ll


ସିଏ କୃଷି କୁହ, ଚାଷୀ କୁହ 

ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତି, 

ସବୁ ଆଜି ବିପର୍ଯ୍ୟସ୍ତ 

ରଚୁଛି ତାଣ୍ଡବ ବିଭୀଷିକା ଏକ 

ଅଜଣା ମୃତ୍ୟୁର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror