STORYMIRROR

Papu parida

Drama Tragedy Others

4  

Papu parida

Drama Tragedy Others

ଭୋକିଲା ପେଟ

ଭୋକିଲା ପେଟ

1 min
252


ଭୋକକୁ ହରାଇ ପେଟ ମୋ କହୁଛି

ଆଉ ସହି ହେଉ ନାହିଁ

ଭୋକିଲା ପେଟରେ ଭୋକର ବେଦନା

ପ୍ରାଣ ମୋ ଯାଉନି କାହିଁ।


ରାସ୍ତାକୁ ହରାଇ ପାଦ ମୋ କହୁଛି

ଚାଲିବା ଟା ଭାରି କଷ୍ଟ

ଚାଲି ଚାଲି ସିନା ରାଇଜେ ଫେରିଲି 

ଭବିଷ୍ୟତ ମୋର ନଷ୍ଟ।


ଶୋଷକୁ ହରାଇ ଗଳା ମୋର କହେ

ବିଧିର ଏ କି ବିଚାର

ପାଣି ଟିକେ ଲାଗି ଛଟପଟ ହୋଇ

ଅସ୍ତିତ୍ୱ ମିଟିବ ମୋହର।


କଷ୍ଟକୁ ହରାଇ କୁହେ ମୋ ଶରୀର

ଛାଡି ଦେ ମତେ ତୁ ଏବେ

ଯନ୍ତ୍ରଣା କେତେ ମୁଁ ସହିବି ଆହୁରି

ତ୍ରାହି ହେବ ମୋର କେବେ।


ଭୟକୁ ହରାଇ ମନ ମୋର କହେ

ଡରକୁ କରିଦେ ଦୂର

ଦୁର୍ଦ୍ଦଶାର ଦିନ ମିଟିଯିବ ଦିନେ

ହସିବ ତୋର ସଂସାର।


ପ୍ରତି ଅନ୍ଧାରର ସକାଳ ଆସଇ

ଦୁଃଖ ପଛେ ପଛେ ସୁଖ

ମଣିଷ ଭାଈ ମୋ ନ ନିନ୍ଦି ଭାଗ୍ୟକୁ

ଧରଜ ଟିକିଏ ରଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama