STORYMIRROR

SACHALA GURU

Horror

3  

SACHALA GURU

Horror

ଭୋକ

ଭୋକ

1 min
178

    ଜଳବିନା ମୀନ    ଜୀବନ ତା ଶୂନ୍ୟ 

      ମେଣ୍ଟିଣ ହୋଇନଥାଇ 

    ପ୍ରତି ଜୀବସତ୍ତା   ବଂଚିବା ବ୍ୟବସ୍ଥା 

         ଆଶ୍ରା କରିଣ ଯେ ରହି 

    ଭୋକିଲା ମଣିଷ   ଶରୀର ରହସ୍ୟ 

      କେବେ ସଫଳତା ନାହିଁ 

     ଜୀଣ୍ଣ ସିଂନ ତନୁ    କେବୁଝିବ ମନୁ 

      ଶରୀର ଅସୁସ୍ଥ ଯହିଁ 

   ମସ୍ତିଷ୍କର ଭୋକ    ଅଟଇ ମହକ 

          ଚିନ୍ତନ ରେ   ବୁଡି ରହି 

     ମନର ଭାବନା   କେତେ ସ୍ବପ୍ନ ସିନା 

      ମୃଗତୃଷ୍ଣl    ପରି ହୋଇ 

     କେବେ କଳୁଷିତ  କେବେ ବିକଶିତ

      ନାହିଁ ତାହାର  ତୁଳନା  

    ତୃଷ୍ଣା ମେଣ୍ଟିବାଟା  ନୁହଁଇ ସହଜ

        ସ୍ବପ୍ନରେ   ରହେ କଳ୍ପନା 

    ଚକ୍ଷୁ ର ଭୋକକୁ  ଭୁଲାଇ ହୁଏ ନାଁ 

       ଲlଗାଇ ସେ   ନୁଆଁ ନୁଆଁ 

  କେବେ ଯେ ଶୁଦ୍ଧତା କେବେ ପବିତ୍ରତା 

          କେବେ ବନାଏ  ଭକୁଆ 

କର୍ଣ୍ଣର ଯେ ଭୋକ ବିଭିନ୍ନ ଆଲୋକ 

        ପ୍ରକାଶଇ  ଅନୁକ୍ଷଣେ 

    ସଂସାର ର ମୋହ ଲାଗିଅଛି କୋହ 

        ଷଢ଼ରିପୁ   ଅନୁଧ୍ୟାନେ 

    ସଦାଚାର ତୃଷ୍ଣା    ହରିବ ବିତୁଷ୍ଣl

         ହରିନାମ  ଭଜନରେ 

     ଜୀବନର ମାର୍ଗ   ମାର୍ଜିତ କରିବ

      ଥିବ ଜନ୍ମ ଜନ୍ମାନ୍ତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Horror