ଭୋକ
ଭୋକ
ଜଳବିନା ମୀନ ଜୀବନ ତା ଶୂନ୍ୟ
ମେଣ୍ଟିଣ ହୋଇନଥାଇ
ପ୍ରତି ଜୀବସତ୍ତା ବଂଚିବା ବ୍ୟବସ୍ଥା
ଆଶ୍ରା କରିଣ ଯେ ରହି
ଭୋକିଲା ମଣିଷ ଶରୀର ରହସ୍ୟ
କେବେ ସଫଳତା ନାହିଁ
ଜୀଣ୍ଣ ସିଂନ ତନୁ କେବୁଝିବ ମନୁ
ଶରୀର ଅସୁସ୍ଥ ଯହିଁ
ମସ୍ତିଷ୍କର ଭୋକ ଅଟଇ ମହକ
ଚିନ୍ତନ ରେ ବୁଡି ରହି
ମନର ଭାବନା କେତେ ସ୍ବପ୍ନ ସିନା
ମୃଗତୃଷ୍ଣl ପରି ହୋଇ
କେବେ କଳୁଷିତ କେବେ ବିକଶିତ
ନାହିଁ ତାହାର ତୁଳନା
ତୃଷ୍ଣା ମେଣ୍ଟିବାଟା ନୁହଁଇ ସହଜ
ସ୍ବପ୍ନରେ ରହେ କଳ୍ପନା
ଚକ୍ଷୁ ର ଭୋକକୁ ଭୁଲାଇ ହୁଏ ନାଁ
ଲlଗାଇ ସେ ନୁଆଁ ନୁଆଁ
କେବେ ଯେ ଶୁଦ୍ଧତା କେବେ ପବିତ୍ରତା
କେବେ ବନାଏ ଭକୁଆ
କର୍ଣ୍ଣର ଯେ ଭୋକ ବିଭିନ୍ନ ଆଲୋକ
ପ୍ରକାଶଇ ଅନୁକ୍ଷଣେ
ସଂସାର ର ମୋହ ଲାଗିଅଛି କୋହ
ଷଢ଼ରିପୁ ଅନୁଧ୍ୟାନେ
ସଦାଚାର ତୃଷ୍ଣା ହରିବ ବିତୁଷ୍ଣl
ହରିନାମ ଭଜନରେ
ଜୀବନର ମାର୍ଗ ମାର୍ଜିତ କରିବ
ଥିବ ଜନ୍ମ ଜନ୍ମାନ୍ତରେ