ଭଣ୍ଡ ବାବା
ଭଣ୍ଡ ବାବା
ଆଖି ଦେଖେ ପାପ ପ୍ରଣୟର ସ୍ବପ୍ନ
ତୁଣ୍ଡ ଜପେ ବୋଲ ହରେକୃଷ୍ଣ
ତୁଣ୍ଡ ଖୋଜେ ମାଛ ମହୁର
ଗଳାରେ ଶୋଭେ ତୁଳସୀ ମାଳ
ଇଏ ,କି ହେଲା କଳି କାଳ !
ଗେରୁଆ ପିନ୍ଧି ବାବା ଚାଲନ୍ତି ଅତି ସନ୍ତର୍ପଣେ
ରାତିରେ ଅନ୍ଧାରୁଆ ଦେଖି ଚେଲା ମେଳେ ଚିଲମ ଟାଣେ
ସକାଳ ହେଲେ ନିଶା ଭାଙ୍ଗେ ପୁଣି ମନ୍ଦିରେ ଘଣ୍ଟ ପିଟେ
ମଥାରେ ଚିତା ଚଇତନ
ଆଖିରେ ଲୁଚିଛି ସୈତାନ୍ ।
ଏମିତି ପ୍ରବଚନ ଦିଏ,ସତେ ଭଗବାନଙ୍କ ଅବତାରଟିଏ
ଭକ୍ତ ଶୁଣିବାକୁ କାନ ଡେରେ
ଏମିତି ଭଣ୍ଡ ବାବାଙ୍କ ରାଜୁତି ଚାଲେ
ସବୁ ଜାଣି ଭକ୍ତ ଅନ୍ଧ ସାଜେ ।
