STORYMIRROR

Pranati Mahapatra

Romance Abstract Others

2  

Pranati Mahapatra

Romance Abstract Others

ଭାବୁଛି ଗୋଲାପ ହେବି

ଭାବୁଛି ଗୋଲାପ ହେବି

1 min
2.1K


ଭାବୁଛି ମୁଁ ଗୋଲାପଗଛଟିଏ ହେବି

ତୁମ ବୈଠକ ଦ୍ୱାରରେ ସିମେଣ୍ଟ

  କୁଣ୍ଡରେ ଶୋଭାପାଇବି,

  ଦିନସାରା ତୁମକୁ ଆଖି 

          ପୁରେଇ ଦେଖିବି ।

ନିତି ସକାଳୁ ସକାଳୁ ତୁମକୁ

    ସୁନ୍ଦର ଗୋଲାପଟିଏ

        ଭେଟିଦେବି।

ମୋ ପାଖରେ ଚେୟାରରେ ବସି

       ତୁମେ ସକାଳୁ ସକାଳୁ

         ପିଉଥିବା ଚା'

ଗରମ ପିଆଲାରେ ଦେଉଥିବ

       ନରମ ଚୁମ୍ବନ,

ଦେଖି ମୋର ମନଲୋଭା ଦୃଶ୍ୟ

ଆପେ ଆପେ କହିହେବ,

କି ସୁନ୍ଦର ଦିଶୁଛି ଏ     

    ଗୋଲାପଟି ଆହାଃ।

ଅନ୍ୟ କେହି ତୋଳିବାକୁ ଗଲେ

        ହୋଇବ କ୍ଷତାକ୍ତ,

ତୁମେ ଛୁଇଁଦେଲେ ମୋତେ

        ହୋଇଯିବି ତୃପ୍ତ ।

ବୃନ୍ତରୁ ଛିଡାଇ ମୋତେ

       ଦେବ ପ୍ରୀତି ଚୁମା,

ପ୍ରିୟାକୁ ଭେଟିଦେଲେ ସେ

   ହେବେନି କା' ଜମ୍ମା।

ଭାବୁଛି ନିଶ୍ଚେ ଗୋଲାପ ଟିଏ ହେବି,

ନିତି ତୁମ କୋର୍ଟ ପକେଟରେ      

         ଶୋଭାପାଇବି,

ତୁମ ନରମ ହାତର ସ୍ପର୍ଶ ପାଇବି,

  ଦେହର ବାସ୍ନା କୁ ପ୍ରତି

    ମୂହୁର୍ତ୍ତରେ ଆଘ୍ରାଣ କରିବି।

ଭାବୁଛି ଗୋଲାପ ଟିଏ ହେବି।

      ପ୍ରଣତି ମହାପାତ୍ର

       ବାଲେଶ୍ୱର


Rate this content
Log in

Similar oriya poem from Romance