Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ବଡ଼ଦାଣ୍ଡେ ଏବେ ବିଜେ

ବଡ଼ଦାଣ୍ଡେ ଏବେ ବିଜେ

1 min
316


ଇ ମା' କେତେ ସୁନା ନାଇଛନ୍ତି

କାଳିଆ ଠାକୁର ଆଜି,

ରତନ ଭଣ୍ଡାର ଖୋଲିବାକୁ କେହ୍ନେ

ମାଆ ଲକ୍ଷ୍ମୀ ହେଲେ ରାଜି ।


ଭାରି ମାନୁଅଛି କାଳିଆ ଦେହକୁ

ମହଣ ମହଣ ସୁନା,

ତା' ସାଙ୍ଗକୁ ପୁଣି ବେଢ଼ି ହୋଇଛନ୍ତି

କି ସୁନ୍ଦର ପାଟ କନା ।


ଭାଇ, ଭଗ୍ନୀ ଆଉ ସୁଦର୍ଶନ ସହ

ବଡ଼ଦାଣ୍ଡେ ଏବେ ବିଜେ,

କୋଟି ଭକତଙ୍କୁ ଦରଶନ ଦେଇ

ଖୁସି ହେଉଛନ୍ତି ନିଜେ ।


ଭକତେ ତାଙ୍କର ଭାବେ ଭୋଳ ହୋଇ

ଦୁଇ ବାହୁ ଉର୍ଦ୍ଧ୍ୱେ ତୋଳି,

ମହାଆନନ୍ଦରେ ଗାଉଛନ୍ତି ସର୍ବେ

'ଜୟ ଜଗନ୍ନାଥ ବୋଲି '।


ମନ ହେଉଅଛି ତାଙ୍କରି ଭାବରେ

ମଗନ ହୋଇ ମୁଁ ଆଜି,

ଏଇଠି ଟିକିଏ ଭଜନ ବୋଲନ୍ତି

ପୁଣି ମୀରାବାଇ ସାଜି ।


ଶୁଣନ୍ତେ ସେ ମୋର ଭକତି ସଙ୍ଗୀତ

ହୁଅନ୍ତେ ଟିକିଏ ତୋଷ,

ନିମିଷକେ ମୋର ତୁଟିଯା'ନ୍ତା ସବୁ

ଜନମ ଜନମ ଦୋଷ ।


Rate this content
Log in

Similar oriya poem from Action