STORYMIRROR

Judhisthir Majhi

Action Classics Inspirational

4  

Judhisthir Majhi

Action Classics Inspirational

ତୁମ ନୀରବତା

ତୁମ ନୀରବତା

1 min
426

ତୁମ ନୀରବତା

କ'ଣ କହିବାକୁ ଚାହୁଁଛି

ମୁଁ ବୁଝି ପାରୁନି କିଛି

ଏମିତି କୋଉ ଦିନ ନାହିଁ

ତମେ ନୀରବ ରହିଛ

ତମକୁ ଏମିତି ରହିଛି ଚାହିଁ ।


ତମ ହସ ହସ ମୁହଁ

ଆଣେ ନିତି ଖୁସି ସମୟ

ଆଖିରେ ନା ଅଛି ଲୁହ

ଓଠରେ ନା ଅଛି ହସ

କଣ୍ଡେଇଟେ ପରି

ରହିଛ ନୀରବ ।


ଜାଣିବାକୁ ଚାହେଁ ଏ ମନ

ଚୁପ ରହିବାର କାରଣ

କିସ ପାଇଁ ଦୁଃଖିତ ହୋଇଛ ବା

କିସ କହିବାକୁ ଚାହୁଁଛ ।


ଜାଣିବିନି ଯଦି ତମ ମନ କଥା

କେମିତି କରିବି ଦୂର ତମ ବ୍ୟଥା

ରହସ୍ୟ ହୋଇ ରହିଯିବ

ଦୋଷୀ କହିବ ମତେ ବିଧାତା ।


ତୁମ ନୀରବତା

ମତେ କଷ୍ଟ ଦେଉଛି

ସେ କଷ୍ଟ ଲୁହ ହେଇ ଝରୁଛି

କେମିତି ଲୁଚାଇବି କୁହ

ହୃଦୟ କାନ୍ଦୁଛି ।


ତୁମ ନୀରବତା

ମତେ ଅସ୍ତ ବ୍ୟସ୍ତ କରୁଛି

ତୁମେ ଖୁସି ନାହଁ କିସ ପାଇଁ

ବୁଝି ପାରୁନି କିଛି ।


ନୀରବତା ଭଙ୍ଗକରି

କହିଯାଏ ଯାହା କହିବା କଥା

ପୁଣି ଥରେ ହସ ଖୁସି

ଫେରୁ ଆସୁ ଜୀବନ ହେଇଯାଉ ମଧୁରତା ।


Rate this content
Log in

Similar oriya poem from Action