STORYMIRROR

Sabita Nayak

Action

4  

Sabita Nayak

Action

ମାନବିକତା

ମାନବିକତା

1 min
532


ଗୁରୁ ଶିଖାଇଲେ ସତ ଜଗନ୍ନାଥ

ମିଛ ଅଟେ ମହାପାପ

ବଡ ହେଲି ଯେବେ ମିଛ ଛଡା ସତ

ପାଇଲିନି ଚିହ୍ନବର୍ଣ୍ଣ।


ମାଆ ଶିଖାଇଲେ ଅତିଥି ଦେବତା

ମନପ୍ରାଣେ ସେବାକଲି

ସରଳ ଜାଣିକି ଲୁଟିନେଲେ ମୋତେ

ଅତିଥିଟିଏ ମୁଁ ହେଲି।


ଦୟା ଧର୍ମ ନୀତି ନିଃସ୍ବାର୍ଥ ସେବା ମୁଁ

ଆଦର୍ଶ ହୋଇବି ବୋଲି

ମଥା ନତ କରି ଚାଲିଲି ମୁଁ ଯେବେ

କୁଟି ଦେଇଗଲେ ଖାଲି।


ମଣିଷପଣିଆ ଖୋଜି ଖୋଜି ଭାଇ

ନିଜେ ମୁଁ ଯାଇଛି ହଜି

ସ୍ବାର୍ଥପର ସତେ ଦୁନିଆଟା ଭାଇ

ଛଳନା କପଟ ଖାଲି।


ପତି ମିଛ କହେ ପତ୍ନୀର ଆଗରେ

ପରକୀୟା ପ୍ରେମେ ମାତି

ପତ୍ନୀଟି ବିଭିନ୍ନ ବାହାନା ଦେଖାଏ

ପତି ଥାଉ ଉପପତି।


ବନ୍ଧୁ ବନ୍ଧୁ କହି ଥୋକାଏ ଅଛନ୍ତି

ଘରକଥା ଗଳିସନ୍ଧି

ଆଦାୟ କରିଣ ଘର ସେ ଭାଙ୍ଗନ୍ତି

ମୁରୁକି ମୁରୁକି ହସି।


ଚୋର ପୋଲିସର ସଲାସୁତୁରାରେ

ନିର୍ଦ୍ଧୋଷ ଯାଉଛି ଫସି

ବାଡ ଯେବେ ଖାଏ ଫସଲକୁ ବାବୁ

କାହାକୁ କହିବ ଆସି।


ଧରମ ଧରମ କହି କହି ଏଠି

ଅଧର୍ମ କରନ୍ତି କାର୍ଯ୍ୟ

ପ୍ରେମ ପ୍ରେମ କହି ପାପ କରୁଥାନ୍ତି

ନାହିଁ ମୁଁହେଁ ଟିକେ ଲାଜ।


ବିନା ଲାଞ୍ଚେ ଭାଇ କାମ ହୁଏ ନାହିଁ

ସଚ୍ଚୋଟର ନାହିଁ ସ୍ଥାନ

ଲୋକହସା ହୁଏ ସାଧୁ ସନ୍ଥ ଏଠି

ଇଏ ପରା କଳିକାଳ।


ବଧୂ ନିର୍ଯ୍ୟାତନା ନାରୀର ଲାଞ୍ଛନା

ଦିନୁଦିନ ବୃଦ୍ଧିପାଏ

ମାନବିକତାଟା ମାନବ ମନରୁ

କୁହ କାହିଁ ହଜିଯାଏ?


ହେ ମାନବ ତୁମେ ଶ୍ରେଷ୍ଠ ଜୀବ ପରା

ମର୍ଯ୍ୟଦାରେ ଟିକେ ରୁହ

ନିୟମ କାନୁନ ମାନି ନ ଚଳିଲେ

ଧ୍ବଂସହେବ ଜାଣିଥାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action