Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ରେ ମନ

ରେ ମନ

1 min
494



ମନଟି ମୋ ହାତୀ ପରି ବିରାଟ ତା ଆକାର            

ଉଡିବୁଲେ ଆକାଶରେ ଐରାବତ ସମାନ,

ଝୁଲି ଝୁଲି ପବନରେ ଯାଇପାରେ ନିମିଷକେ

ମାନେ ନାହିଁ ମନ ହାତୀ ଅଙ୍କୁଶ କି ବନ୍ଧନ ।


ସୂକ୍ଷ୍ମ ତନ୍ତ୍ର ମନ ଯୋଗୁ ଉନ୍ମେଷଇ ଭାବାବେଗ

ଜାଗେ ଅନୁଭବ ସ୍ମୃତି ଇଚ୍ଛା ଆଉ ବିଶ୍ୱାସ,

ଶାରୀରିକ କର୍ମସବୁ ହୋଇପାରେ ସମ୍ପାଦନ

ମନ ମସ୍ତିଷ୍କ ରଜାଙ୍କ ମିଳିଗଲେ ନିର୍ଦ୍ଦେଶ ।


ମଣିଷର ଭକ୍ତି ନିଷ୍ଠା ସଦାଚାର ବ୍ୟବହାର

ଗଢ଼ି ହୁଏ ଭାଙ୍ଗି ଯାଏ ସା°ସାରିକ ସମ୍ପର୍କ,

ସହସ୍ରାର ଚକ୍ର ମଧ୍ୟେ ଶତଦଳ ମାନସ ପଟଳେ

ରହିଥାଏ ମନୋଦଶା ଗଚ୍ଛିତ ଓ ବିହିତ ।


ସ୍ୱଚ୍ଛନ୍ଦ ମନର ଗତି ରହିଥାଏ ପ୍ରଚ୍ଛନ୍ନରେ

ନାହିଁ ତା ପ୍ରକୃତି ସ୍ଥିତି ଦେହ ଅବା ବିଦେହ,

ସଦାଚାର ସ°ଯମତା ସୁବିଚାର କରମ ନିଷ୍ଠାରେ

ମନ ହାତୀ ମାନି ଚଳେ ବିବେକର ଅଙ୍କୁଶ ।


ମଣିଷ ମନ ସ୍ୱଭାବ ଅଟେ ବିଚିତ୍ର ଅନନ୍ୟ

ବିବର୍ତ୍ତନେ ହେଉ ମନ ସୁସ°ହତ ଉଜ୍ଜ୍ୱଳ,

ଲଭିଛି ମନୁଷ୍ୟ ଜନ୍ମ ସାର୍ଥକ ହେଉ ଜୀବନ

 ମନୁଆ ହାତୀରେ ମୋର ମାନିଥିବୁ ବୋଲ ।


Rate this content
Log in

Similar oriya poem from Action