STORYMIRROR

Pranati Mahapatra

Action Inspirational

4  

Pranati Mahapatra

Action Inspirational

ବଡ଼ ବିଷମୟ

ବଡ଼ ବିଷମୟ

1 min
599


ଶାନ୍ତ ସରଳ ସୁନ୍ଦର ରୂପରେ

ତୁମେ ଅପରୂପା ଛବି,

ରଙ୍ଗ ବେରଙ୍ଗର ଶବ୍ଦବୁଣା ଲୁଗା

ପିନ୍ଧେଇ ଦିଏ ତ କବି,

ଲାଜେ କି ନଇଁବ ରବି

ଶବ୍ଦ ଚାତୁରୀରେ କଙ୍କାଳ ଉପରେ

ଚର୍ମ ଆଭରଣ ଦେବୀ।


ଧରାର ମାଟିରୁ ମୃଣ୍ମୟୀ ପ୍ରତିମା

ମୂର୍ତ୍ତି ଶାନ୍ତ କମନୀୟ ,

ଦେଇ ମନପ୍ରାଣ ପାଷାଣରେ ପ୍ରାଣ

ଦେଇ ପୁଣି ପରିଚୟ,

ବୁଝେନା ଜୟ ପରାଜୟ

ପ୍ରଶଂସା ନ ଥାଏ ନିନ୍ଦାର ମୋକଟ

ଥୁଆ ଯେ ଏ ଅଟେ ଥୟ।


ପଥପ୍ରାନ୍ତେ ଆଜି ହୋଇ ନିଃସହାୟ

ଛାଡେ ମୁଁ ଉଚ୍ଚେ ବୋବାଳି,

ହିସାବ କରୁନି ପଚାରେ ନିଜକୁ

କିଆଁ ପାଏ ସଦା ଗାଳି,

ନାହିଁ ଉତ୍ସାହ କି ତାଳି

ଭଲ କାର୍ଯ୍ୟ ପାଇଁ ଏଇ ଉପହାର

କିଏ ଦେଉଅଛି ଢାଳି।


ସମୟର ଚକ ସଂସାରର ରଥ

ବୋଧେ ଓଲଟା ବୁଲୁଛି,

କୁକୁରର ସେବା ପାଇଁ ଗୋମାତା ଯେ

କ୍ଷୁଧାର୍ତ୍ତେ ଜରି ଖାଉଛି,

ପ୍ଲାଷ୍ଟିକ ଚାଉଳ ଉଦର ଭରୁଛି

ବିଲବାଡି ଫାଟି ଆଁ କରିଲାଣି

ବିଶ୍ବାସ ବିଷରେ ଭରିଛି ।



Rate this content
Log in

Similar oriya poem from Action