STORYMIRROR

PUSPALATA SAHOO

Action Classics

4  

PUSPALATA SAHOO

Action Classics

ଅନଲାଇନ ଆସର

ଅନଲାଇନ ଆସର

1 min
406

କବି କବିତାର ମୂଲ୍ୟ ବୁଝିଥାଏ 

କବିତା ତା ପାଇଁ ବଡ଼ 

କରୋନା କାଳରେ କବିଟିଏ ଆଜି 

ପାଲଟି ଯାଇଛି ଜଡ଼ ।


ବୁଝିବାକୁ ନାହିଁ ଶୁଣିବାକୁ ନାହିଁ 

କେହି ହେଲେ ଜଣେ ଏଠି 

କେମିତି କହିବ ହୃଦୟ ବେଦନା

କବିତାର ମାପକାଠି ।


ଅନଲାଇନର କବିତା ଆସର 

ମନରେ ଜଗାଏ ଆଶା 

ଘରେ ବସି କବି ମନରେ ତାହାର 

ବଢାଏ ତାର ଭରସା ।


ସବୁଠି ଚାଲେରେ କବିତା ଆସର 

ଆଲୋଚନା ହୁଏ କେତେ 

କବି ଢାଳି ଦିଏ ମନର ଭାବନା 

ହୃଦୟ ଭାବନା ଯେତେ ।


ମରୁ ଭୂଇଁ ପରେ ଆଶାର କିରଣ 

ଏ ଅନଲାଇନ ଆସର 

ମନେ ସୁଖ ଦିଏ ମିଶି କବି ସାଥେ 

ମିଳେ ସୁଖ ଜୀବନର  ।


Rate this content
Log in

Similar oriya poem from Action