କର୍ତ୍ତବ୍ୟ
କର୍ତ୍ତବ୍ୟ
କେତେ ପୁଣ୍ୟ ବଳେ ବିଧାତା ,ମଣିଷ ଜନମ ଦେଇଛି
କିଛି କର୍ମ କରି ଏହାକୁ ସଫଳ କରିବାକୁ କହିଛି |
ଯୁଗେ ଯୁଗେ ଆମ ଏହି ସଂସ୍କୃତି ରହି ଆସିଛି
ଧର୍ମ କର୍ମ କରି ,ମଣିଷ ତାହାର କର୍ତ୍ତବ୍ୟ କରୁଛି |
କର୍ତ୍ତବ୍ୟ ଅଟଇ ଆମ ଜୀବନ ଯାତ୍ରାର ଏକ ଅଂଶ
କାଳକ୍ରମେ ଏବେ ଏହା ମଣିଷ ଭୁଲି କରି ଅପଭ୍ରଂଶ |
ପିତା ମାତା ଯେବେ ଜନ୍ମ ଦିଅନ୍ତି ,ଯତ୍ନରେ ପାଳନ୍ତି
ସବୁ ଦୁଃଖ ସୁଖ ସହି ,ଏହାକୁ କର୍ତ୍ତବ୍ୟ ମାନନ୍ତି |
ଲାଳନ ପାଳନ ସଙ୍ଗେ ଶିକ୍ଷା ମମତା ,ସବୁ ଦିଅନ୍ତି
ଏହି ସବୁ କରି ସିଏ ,ତାଙ୍କ କର୍ତ୍ତବ୍ୟ କରିଯାଆନ୍ତି |
ବଡ଼ ହୋଇ ଯେବେ ଯାଏ ଗୁରୁକୁଳ ଅବା ବିଦ୍ୟାଳୟ
ଗୁରୁ ଶିକ୍ଷା ଦେଇ ,ତାଙ୍କ କର୍ତ୍ତବ୍ୟ କରନ୍ତି ନିଶ୍ଚୟ |
ଗୁରୁଙ୍କ କର୍ତ୍ତବ୍ୟର ଥାଏ ,ସଦା ସ୍ନେହ ଆଉ ଆଶୀର୍ବାଦ
ଯାହା ଶିକ୍ଷିତ କରାଇ ,ଦୂର କରେ ସବୁ ବିପଦ |
ଗୁରୁ ଶିକ୍ଷା ଦେଇ ,କରନ୍ତି ପାଳନ ନିଜ କର୍ତ୍ତବ୍ୟର,
ଚିନ୍ତା ଚୈତନ୍ୟକୁ ଜାଗ୍ରତ କରି ,ଦେଖନ୍ତି ମାର୍ଗ ସଫଳତାର |
ସେହି କର୍ତ୍ତବ୍ୟର ଥାଏ ଯେବେ ତାଙ୍କ ନିଷ୍ଠାପର ଭାବ
ତାହା ପାଇଁ ବିଦ୍ୟାର୍ଥୀ ,ସଫଳ ହୋଇ ବଢ଼ାନ୍ତି ଗୌରବ |
ଆମ ସଂସ୍କୃତି ,ଆମ ସଂସ୍କାର ,ଦେଖାଏ ସୁନ୍ଦର ରାସ୍ତା
କର୍ତ୍ତବ୍ୟ ହୁଅଇ ଶୁଦ୍ଧ ଚେତନାରୁ ଜାତ ,ନୁହଁଇ ଶସ୍ତା |
ଇତିହାସ କୁହେ ,ଆମ ଦେଶର କେତେ ଗୌରବର କାହାଣୀ
କର୍ତ୍ତବ୍ୟର ମହତ୍ୱ ତେବେ ,କିଏ କେମିତି ଭୁଲିବି କେଜାଣି ।
ଆମ ସଂସ୍କୃତି କହୁଛି ,ଏଠାରେ କର୍ତ୍ତବ୍ୟ ବିକ୍ରି ହୁଏନାହିଁ
ସନ୍ତାନ ଆଉ ଶିଷ୍ୟ ସବୁ ଜାଣଇ,କିଛି ଭୁଲିନାହିଁ |
ଏହି ମାଟିର ମହତ ସବୁଠୁ ନିଆରା ,କର୍ତ୍ତବ୍ୟ ପାଇଁ
ମାନବ ସହିତ ପ୍ରକୃତି ଆଉ ଜୀବ ,ଧନ୍ୟ ସେଥିପାଇଁ |
ସଭିଏଁ ଏଠାରେ କରନ୍ତି ପାଳନ ,କର୍ତ୍ତବ୍ୟ ନିଜ ନିଜର
ଏହା ଏକ ମାପଦଣ୍ଡ ଅଟେ ,ଆମ ଜୀବନ ସାର୍ଥକତାର |
ବୁଝିବାକୁ ହେବ କର୍ତ୍ତବ୍ୟର ପକୃତ ମୂଲ୍ୟବୋଧ ଏଠାରେ ସଭିଙ୍କୁ
ଉଦ୍ଧରିବେ ସର୍ବେ ସବୁ ବିପଦରୁ ,ଉନ୍ନତ କରି ସମାଜକୁ |
