Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଏ କଥାଟି ପୂରା ସତ

ଏ କଥାଟି ପୂରା ସତ

1 min
600



ରମା ବୋଉ ତମେ ଡେରି କରନାହିଁ

ବେଇଗି ବେଇଗି ଚାଲ,

ନାଟକ ସିଆଡ଼େ ଆରମ୍ଭ ହେବଣି

ଦେଖିବାକୁ ପାଅ ଭଲ ।


ଗୋଟେ ସାମାଜିକ ବିଷୟ ପଡ଼ିଛି

"ନାରୀ ମୁହିଁ ମହାଶକ୍ତି",

କେମିତି ସେ କେତେ ସଂଘର୍ଷ କରିକି

ହୋଇଛି ଦେଶର ନେତ୍ରୀ ।


ଲୋକଙ୍କ ପାଇଁକି କାମ କରୁଅଛି

ପରିସ୍ଥିତି ଦେଖି ଚାହିଁ,

ଜନ ସେବା ତା'ର ଜୀବନର ବ୍ରତ

ଡର ଭୟ କିଛି ନାହିଁ ।


ଏକଜୁଟ କରି ନାରୀ ସମାଜକୁ

ବାରତା ଦେଉଛି 'ସ୍ବର୍ଣ୍ଣା',

ନାରୀ ଯଦି ଆତ୍ମବିଶ୍ଵାସୀ ହୋଇବ

କାର୍ଯ୍ୟେ ହେବ ଅଗ୍ରଗଣ୍ୟା ।


ପାଠ ଶାଠ ଆଉ ଘର କାମ ସହ

କରିବ ଦେଶର ହିତ,

ଶକ୍ତି ସ୍ୱରୂପା ସେ ଯୁଗେ ଯୁଗେ ପରା

ଏ କଥାଟି ପୂରା ସତ ।




Rate this content
Log in

Similar oriya poem from Action