STORYMIRROR

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ସାହିତ୍ୟର ଲଜ୍ଜ୍ୟା

ସାହିତ୍ୟର ଲଜ୍ଜ୍ୟା

1 min
506


ଦ୍ୱାପରରେ କୃଷ୍ଣ ଦ୍ରୌପଦୀର ଲଜ୍ଜ୍ୟା ରକ୍ଷା କଲେ, 

ଭରି ସଭାରେ ଡ଼ାକ ଶୁଣି ବସ୍ତ୍ର ଦେଇଥିଲେ ।


ପ୍ରମାଣ ରହିଛି, ଅସ୍ତ୍ରବିନା ସେ ଯୁଧ୍ୟକ୍ଷେତ୍ରେ ଥିଲେ, 

ଭାବକୁ ଶବ୍ଦରେ ପ୍ରକଟାଇ ଧର୍ମ ସ୍ଥାପନା କଲେ ।


ଭାବର ପ୍ରକଟ ଶବ୍ଦରେ କରି କବିତା ଲେଖିହୁଏ, 

ସେଥିପାଇଁ କିଛି ଅଭିନବ ଯାତ୍ରା ପ୍ରେରଣା ଦିଏ ।


ଏହି ଯାତ୍ରାରେ ସାରଥୀ ଧରି ହାତେ ଲେଖନୀ, 

ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଦେଉଛନ୍ତି ଧ୍ୱନି ।


ଯାତ୍ରାରଥ ଧରି ବଢନ୍ତି ପ୍ରାନ୍ତ ପରେ ପ୍ରାନ୍ତ, 

ଯୋଡନ୍ତି ସଭିଙ୍କୁ ଦେଇ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ।


ଏହା ଏକ ତାଙ୍କ ଯୁଦ୍ଧ ସାହିତ୍ୟର ପାଇଁ, 

ଚାଲ ମିଶି ସଭିଏଁ ଲଢ଼ିବା ଏକାଠି ହୋଇ ।


ଲେଖନୀ ହେବ ଆମ ସଭିଙ୍କର ତ ଅସ୍ତ୍ର, 

କବିତା ରଖିବ ସାହିତ୍ୟର ଲଜ୍ଜ୍ୟା, ହୋଇ ବସ୍ତ୍ର ।


ସେ ବସ୍ତ୍ରରେ ସଜ ହୋଇ କବିତା କହିବ, 

ସାହିତ୍ୟର ମାନ ସମ୍ମାନ ଏହି ଦୁନିୟାରେ ବଢିବ ।


ଯିଏ କେହି କେବେ କରିଛି ସାହିତ୍ୟର ଅପମାନ, 

ଚୁରମାର ହୋଇଛି ସେମାନଙ୍କର ସବୁ ମିଥ୍ୟା ଅଭିମାନ ।


ଭାବିଥିଲେ ଗର୍ବରେ ଅନ୍ଧ ହୋଇ ଅପଭ୍ରଂଶ କରିବେ, 

ସାହିତ୍ୟକୁ ନଷ୍ଟ କରି ନିଜ ଖେଳ ଖେଳିବେ ।


ଭୁଲିଥିଲେ ସାହିତ୍ୟ ମରେ ନାହିଁ, ଅଟଇ ଅମର, 

ସଂସ୍କୃତିର ଅଂଶ ସିଏ, ହୃତପିଣ୍ଡ ଏହି ସମାଜର ।


କେହି ଯେବେ ସାହିତ୍ୟର ଲଜ୍ଜ୍ୟା ହରିବାକୁ ଚାହିଁଛି, 

କେତେ କେତେ ଲେଖକଙ୍କର ଲେଖନୀ ପରାସ୍ତ କରିଛି ।


ସାହିତ୍ୟର ଲଜ୍ଜ୍ୟା ରକ୍ଷା ପାଇଁ ହୋଇଛି ଆନ୍ଦୋଳନ, 

ସ୍ୱାର୍ଥୀ ଅହଙ୍କାରୀ ଯେତେ, ସଭିଙ୍କ ହୋଇଛି ପତନ ।


ସାହିତ୍ୟ ଆମର ଗର୍ବ, ଅଟେ ଆମ ଗୌରବ, 

ସାହିତ୍ୟର ଲଜ୍ଜ୍ୟା କେହି କେମିତି ହରଣ କରିବ ।


Rate this content
Log in

Similar oriya poem from Action