ସାହିତ୍ୟର ଲଜ୍ଜ୍ୟା
ସାହିତ୍ୟର ଲଜ୍ଜ୍ୟା
ଦ୍ୱାପରରେ କୃଷ୍ଣ ଦ୍ରୌପଦୀର ଲଜ୍ଜ୍ୟା ରକ୍ଷା କଲେ,
ଭରି ସଭାରେ ଡ଼ାକ ଶୁଣି ବସ୍ତ୍ର ଦେଇଥିଲେ ।
ପ୍ରମାଣ ରହିଛି, ଅସ୍ତ୍ରବିନା ସେ ଯୁଧ୍ୟକ୍ଷେତ୍ରେ ଥିଲେ,
ଭାବକୁ ଶବ୍ଦରେ ପ୍ରକଟାଇ ଧର୍ମ ସ୍ଥାପନା କଲେ ।
ଭାବର ପ୍ରକଟ ଶବ୍ଦରେ କରି କବିତା ଲେଖିହୁଏ,
ସେଥିପାଇଁ କିଛି ଅଭିନବ ଯାତ୍ରା ପ୍ରେରଣା ଦିଏ ।
ଏହି ଯାତ୍ରାରେ ସାରଥୀ ଧରି ହାତେ ଲେଖନୀ,
ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଦେଉଛନ୍ତି ଧ୍ୱନି ।
ଯାତ୍ରାରଥ ଧରି ବଢନ୍ତି ପ୍ରାନ୍ତ ପରେ ପ୍ରାନ୍ତ,
ଯୋଡନ୍ତି ସଭିଙ୍କୁ ଦେଇ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ।
ଏହା ଏକ ତାଙ୍କ ଯୁଦ୍ଧ ସାହିତ୍ୟର ପାଇଁ,
ଚାଲ ମିଶି ସଭିଏଁ ଲଢ଼ିବା ଏକାଠି ହୋଇ ।
ଲେଖନୀ ହେବ ଆମ ସଭିଙ୍କର ତ ଅସ୍ତ୍ର,
କବିତା ରଖିବ ସାହିତ୍ୟର ଲଜ୍ଜ୍ୟା, ହୋଇ ବସ୍ତ୍ର ।
ସେ ବସ୍ତ୍ରରେ ସଜ ହୋଇ କବିତା କହିବ,
ସାହିତ୍ୟର ମାନ ସମ୍ମାନ ଏହି ଦୁନିୟାରେ ବଢିବ ।
ଯିଏ କେହି କେବେ କରିଛି ସାହିତ୍ୟର ଅପମାନ,
ଚୁରମାର ହୋଇଛି ସେମାନଙ୍କର ସବୁ ମିଥ୍ୟା ଅଭିମାନ ।
ଭାବିଥିଲେ ଗର୍ବରେ ଅନ୍ଧ ହୋଇ ଅପଭ୍ରଂଶ କରିବେ,
ସାହିତ୍ୟକୁ ନଷ୍ଟ କରି ନିଜ ଖେଳ ଖେଳିବେ ।
ଭୁଲିଥିଲେ ସାହିତ୍ୟ ମରେ ନାହିଁ, ଅଟଇ ଅମର,
ସଂସ୍କୃତିର ଅଂଶ ସିଏ, ହୃତପିଣ୍ଡ ଏହି ସମାଜର ।
କେହି ଯେବେ ସାହିତ୍ୟର ଲଜ୍ଜ୍ୟା ହରିବାକୁ ଚାହିଁଛି,
କେତେ କେତେ ଲେଖକଙ୍କର ଲେଖନୀ ପରାସ୍ତ କରିଛି ।
ସାହିତ୍ୟର ଲଜ୍ଜ୍ୟା ରକ୍ଷା ପାଇଁ ହୋଇଛି ଆନ୍ଦୋଳନ,
ସ୍ୱାର୍ଥୀ ଅହଙ୍କାରୀ ଯେତେ, ସଭିଙ୍କ ହୋଇଛି ପତନ ।
ସାହିତ୍ୟ ଆମର ଗର୍ବ, ଅଟେ ଆମ ଗୌରବ,
ସାହିତ୍ୟର ଲଜ୍ଜ୍ୟା କେହି କେମିତି ହରଣ କରିବ ।
