STORYMIRROR

sasmita tripathy

Action Classics Inspirational

4  

sasmita tripathy

Action Classics Inspirational

ପରିଭ୍ରମଣ

ପରିଭ୍ରମଣ

1 min
526

ବହୁବିଧ କର୍ମ କରଇ ସାଧନ

ବାଲ୍ୟ ରୁ ବାର୍ଦ୍ଧକ୍ୟ ଯାଏଁ 

ସାମାଜିକ ପ୍ରାଣୀ ଅଟଇ ମଣିଷ

କର୍ମେ ବ୍ରତୀ ହୋଇ ଥାଏ ।


କୃଷକ ଶିକ୍ଷକ ଶିଳ୍ପ କର୍ମଚାରୀ 

ଡାକ୍ତର ଇଂଜିନିୟର

ଯେ ଯାହା ବୃତ୍ତି ରେ ନିମଗ୍ନ ଥାଆନ୍ତି

ଦିନ ରାତି ଯେ ତତ୍ପର ।


ସରସ ହରଷ କରିବାକୁ ଚିତ୍ତ

ଚାହେଁ ମନ ଅବସର

ଟିକିଏ ବିରତି କାର୍ଯ୍ୟ ଦକ୍ଷତା କୁ 

ବଢ଼ାଇ ପାରେ ଅପାର ।


ଶାରୀରିକ କ୍ଲାନ୍ତି ଦୂର କରି ଦିଏ 

ନୂତନ କର୍ମ ପ୍ରେରଣା 

କର୍ମ ବିମୁଖତା ବିତୃଷ୍ଣା ହଟାଇ

ପ୍ରଫୁଲ୍ଲ ହୁଏ ଭାବନା ।


ଅବସରେ ଲୋକ ଭଲ ପାଇଥାନ୍ତି 

ଯିବାକୁ ପରିଭ୍ରମଣ

ମାନସିକ ଶାନ୍ତି ଚିତ୍ତ ବିନୋଦନ

ବିରତି ଖୋଜେ ଶ୍ରମଣ ।


ଦେଶ ବିଦେଶ ରେ କରିଲେ ଭ୍ରମଣ

ହୁଏ ଜ୍ଞାନ ଆହରଣ

ଧର୍ମ ଚର୍ଚ୍ଚା ଦେଵ ଦର୍ଶନେ ଧାର୍ମିକ 

କରଇ ପରିକ୍ରମଣ ।


ପ୍ରକୃତି ସୌନ୍ଦର୍ଯ୍ୟ କରେ ଉପଭୋଗ

ଭ୍ରମଣ ରେ ପର୍ଯ୍ୟଟକ

ଭୌଗଳିକ ଜ୍ଞାନ ସଂଗ୍ରହ କରଇ

ବୁଲି ବୁଲି ଗବେଷକ ।


ଶିକ୍ଷା ଲାଭ ପାଇଁ କରନ୍ତି ଭ୍ରମଣ

ଛାତ୍ର ଛାତ୍ରୀ ଅଧ୍ୟାପକ

ରାଜନୈତିକ ନୀତି ନିର୍ଦ୍ଧାରଣେ 

ଭ୍ରମନ୍ତି ନେତା ଯେତେକ ।


ପର୍ଯ୍ୟଟନ ଦ୍ୱାରା ବୃଦ୍ଧି ପାଉଅଛି

ଆମ ଜାତୀୟ ସଂହତି

ଆଦାନ ପ୍ରଦାନ ହେଉଛି ଭାଵ ର 

ବଢୁଛି ରାଜସ୍ୱ ନିତି ।


ବିଜ୍ଞାନ ବଳରେ ଭ୍ରମଣ ର ମାର୍ଗ

ହେଲାଣି ଅତି ପ୍ରଶସ୍ତ

ପର୍ଯ୍ୟଟକ ଟିଏ ଲଭୁଛି ଆନନ୍ଦ 

ଶ୍ରମ ରୁ ହୁଏ ଆଶ୍ୱସ୍ତ ।



Rate this content
Log in

Similar oriya poem from Action