STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ପୁରୁଷୋତ୍ତମ

ପୁରୁଷୋତ୍ତମ

1 min
127


ନୀଳାଦ୍ରିରେ ପ୍ରଭୁ ଶଙ୍ଖାକାର କ୍ଷେତ୍ର

       ମଧ୍ୟେ ଶତଦଳ ପଦ୍ମ

ପାଖୁଡା ଉପରେ ରତ୍ନ ସିଂହାସନେ 

       ଅଧିଷ୍ଠିତ ଦାରୁ ବ୍ରହ୍ମ।


ବିବିଧ ବିବିଧ ଅଳଙ୍କାର ଯୁକ୍ତ

        ମେଘା ଦୃଶ୍ୟ ବଳଭଦ୍ର

ତାଙ୍କ ସହ ଯୁକ୍ତ ଭଗିନୀ ସୁଭଦ୍ରା

        ସୁଦର୍ଶନ ଚକ୍ରାୟୁଧ।


ସୁଦର୍ଶନ ସହ ବିଜେ ଜଗନ୍ନାଥ

        ବନ୍ଦନା କରନ୍ତି ନିତି

ବ୍ରହ୍ମା ରୁଦ୍ର ଇନ୍ଦ୍ର ଅନେକ ଦେବତା

        କିବା ଦିନ କିବା ରାତି।


ସମସ୍ତ ଦେବତା ମଧ୍ୟେ ସାର ଅଟେ

        ନୀଳାଦ୍ରିରେ ଜଗନ୍ନାଥ

ତାଙ୍କର ରହସ୍ୟ ନ ଜାଣନ୍ତି କେହି

         ଅନାଥଙ୍କ ପରା ନାଥ।


ଦୋଳରେ ଦେଖିଲେ ଦୋଳଗୋବିନ୍ଦ ଙ୍କୁ

         ଚାପରେ ମଧୁସୂଦନ

ରଥରେ ବାମନ ବେଶରେ ଦର୍ଶନ

         ନ ହୁଅଇ ପୁନର୍ଜନ୍ମ।


ସେହି ମୋ ଆରାଧ୍ୟ ହେ କଳା ଠାକୁର

        ଦରଶନ ଦିଅ ସଦା

ପବିତ୍ର ହୋଇବ ଏ ମର ଶରୀର

        ନ ହୋଇବ କେବେ ନିଦା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action