ହୋଲି
ହୋଲି
ଫଗୁଣ ଆଣିଛି ଫଗୁ ଖେଳିବାକୁ ହୋଲି
ଫଗୁର ପସରା ସାଥେ ରାଧାକୃଷ୍ଣ ଝୁଲି।
ବସନ୍ତ ସାଥେ ମଳୟ ହସେ ଖିଲି ଖିଲି
ଉଛୁଳେ ମନ ଯମୁନା ଦେଖିବାକୁ କାଲି।
ପିକ ଗାଏ କୁହୁକୁହୁ ପିଇକି ମହୁଲି
ବଉଳ ଫୁଲର ବାସେ ମନ ଯାଏ ଚହଲି।
ବସନ୍ତ ଆସିଲ ଧରାରେ ସାତରଙ୍ଗୀ ହୋଲି
କହେ ଦରଦୀ ହୃଦୟ ଅଛି ତା'ର ବୋଲି।
ସବୁ ଋତୁ ରଙ୍ଗ ନେଇ ବସନ୍ତ ଚିଠି ନାଲି
ଗୋଲାପୀ ରଙ୍ଗରେ ପ୍ରେମୀ ପିଅନ୍ତି ମହୁଲି।
ସବୁଜ ପଣତ ଶାଢ଼ୀ ମାଆ ଧରିତ୍ରୀ ନହୁଲି
ବସନ୍ତ ଆଗମନେ କୋଇଲି ଦେଖାଏ ତା' ଚାଲି।
ରାଧା କୃଷ୍ଣ ଝୁଲନ୍ତି ଝୁଲାରେ ଦୋହଲି
ମଳୟ ଚାଲିରେ ଦେଖ ରଙ୍ଗ ମଖ ମଲ୍ଲୀ।
ମଦମତ୍ତ ଚାଲିରେ ଋତୁ ସବୁ ଉଠନ୍ତି ଫୁଲି
ବାଘନିଶହନାଲା ସାତରଙ୍ଗୀ ସାତ ଋତୁ ବୋଲି
ପ୍ରେମ କହେ ଅଷ୍ଟ ଋତୁ ଥିଲି ଅଛି ଥିବି
ଆସନ୍ତା କାଲି।

