STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମୋ ମନର କଥା

ମୋ ମନର କଥା

1 min
154


ମୋ ମନର କଥା ସବୁ ଜାଣ ପ୍ରଭୁ

      ନାମ ତୁମ ଅନ୍ତର୍ଯ୍ୟାମୀ

ଲୁଚା ଚୋରା କିଛି ନାହିଁ ତୁମ ଠାରେ

       ତୁମେ ଯେ ପରଶ ମଣି।

ମଣିଷ ଜୀବନ ସାର୍ଥକ ହୁଅଇ

       ସତ୍ୟକୁ ସାରଥୀ କଲେ

କର୍ମ ଦେଇ ପାରେ କର୍ତ୍ତବ୍ୟ ପଥରେ

       ମୋକ୍ଷ ଯେତେ ବାଧା ଥିଲେ।

କରମ କରିବା ବନ୍ଧନ କୁ ଛାଡ଼ି

       ଶ୍ରୀ ଜଗନ୍ନାଥଙ୍କ ନାମେ

ମିଛ ମାୟା ଜାଲ ଅପସରି ଯିବ

       ପୂର୍ଣ୍ଣ ହେଉ ଧନ ଧାନ୍ୟେ।

କେହି ନେବେ ନାହିଁ ସଙ୍ଗରେ କାହାରି

       ଏକା କର୍ମ ଫଳ ଯିବ

ତେବେ କାହିଁ ପାଇଁ ଅନୀତି କରିବା

       ଛାଡ଼ିବା ଏ ସବୁ ଭାବ ।

ଦିନ ଟିଏ ଗଲେ ଆୟୁ ଛକି ପଡେ

       ଆର ଦିନକୁ ନ ଥିବା

ଆଜିଠୁ ସଜାଗ ହୁଅ ବାଇ ମନ

      ନିତି ଏହାକୁ ହେଜିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action