ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳି
ଆଜି ର ଯୁବା ଦିବସରେ ମନେ ପଡେ
ଜଣେ ତୁଙ୍ଗ ବ୍ୟକ୍ତିତ୍ଵ କଥା
ତାଙ୍କୁ କହିପାର ସନ୍ନ୍ୟାସୀ ଅବା ଯୋଦ୍ଧା
ସ୍ବଦେଶ ପ୍ରେମିକ ଆଉ ବିଶ୍ୱ ପ୍ରେମିକ l
ଜନ ସେବକ ଓ ସମାଜ ସଂସ୍କାରକ
ବାଗ୍ମୀ ବକ୍ତା ତଥା କୁଶଳୀ ସଂଗଠକ
ତତ୍ତ୍ୱ ଦ୍ରଷ୍ଟା, ରାଷ୍ଟ୍ର ନିର୍ମାତା ଦାର୍ଶନିକ
ଜନ ନାୟକ, ଏସବୁ ଉର୍ଦ୍ଧରେ ସେ ଥିଲେ l
ଶ୍ରେଷ୍ଠ ମଣିଷ, ଭାରତର ନବ ଜାଗରଣର
ସୁଦକ୍ଷ ବିନ୍ଧାଣି, ସ୍ଵାମୀ ବିବେକାନନ୍ଦ।
ତାଙ୍କ ଗୁରୁ ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ନିର୍ଦ୍ଦେଶରେ ସେ ଭାରତ ଓ ସମଗ୍ର
ଜଗତର ପୁନରୁଥାନର ସଂକଳ୍ପ
ନେଲେ ଓ ବିଶ୍ଵ ବନ୍ଦନୀୟ ହେଲେ।
ଆଜିର ଯୁବ ଦିବସରେ ତାଙ୍କ ବାଣୀ କୁ
ଆମେ ଯୁବକ ମାନେ ମନେ ପକାଇବା
ସେ ଆହ୍ବାନ ରେ କହିଥିଲେ,
ତୁମେ ତ ଇଶ୍ୱର ଙ୍କର ସନ୍ତାନ
ଅମର ଆନନ୍ଦର ଭାଗୀଦାର l
ପବିତ୍ର ଓ ପୁଣ୍ୟ ଆତ୍ମା ଅଟ
ତୁମେ ତ ମର୍ତ୍ତ୍ୟ ଭୂମିରେ ଦେବତା ଅଟ
ତୁମେ ପୁଣି ପାପୀ?
ମନୁଷ୍ୟକୁ ପାପୀ କହିବା ହିଁ ପାପ
ଏହା ମାନବ ସ୍ୱଭାବ ଉପରେ
ଘୋର ଲାଞ୍ଛନା ଅଟେ।
ଉଠ, ଆସ, ହେ ସିଂହ
ତୁମେ ତ ଜରା ମରଣ ରହିତ
ନିତ୍ୟାନନ୍ଦ ଆତ୍ମା ଅଟ।
ତାଙ୍କର ଏହି ଇଛା କୁ ସାକାର କରିବା।
ଏହା ହିଁ ହେବ ସ୍ବାମୀଜୀଙ୍କ ପ୍ରତି ଶ୍ରେଷ୍ଠ l
