STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ଶହୀଦ ଜୟୀରାଜଗୁରୁ

ଶହୀଦ ଜୟୀରାଜଗୁରୁ

1 min
144


ମୁକୁନ୍ଦ ଦେବଙ୍କ ଦରବାର 

ଜୟୀ ରାଜଗୁରୁ ବୀରବର,

ସେନାପତି ଯୋଦ୍ଧା ପାଇକ ରୂପରେ 

ରାଜଗୁରୁ ଥିଲେ ରାଜାଙ୍କର।

ବିଚକ୍ଷଣ ବୁଦ୍ଧି ଜ୍ଞାନୀ ଗୁଣି

ଉଦାର ସରଳ ଯୋଦ୍ଧା ପୁଣି,

ପ୍ରଜାଙ୍କ ମଙ୍ଗଳ ପାଇଁ ନିରନ୍ତର

ମହାପ୍ରଭୁଙ୍କର ସେବା ମଣି।

ଗୋରା ମାନଙ୍କର ଆକ୍ରମଣ

ସମ୍ରାଟଙ୍କ ଆତ୍ମସମର୍ପଣ,

ଫିରିଙ୍ଗି ସେନାଙ୍କୁ ହଟାଇଦେଲେ 

ଦେଖାଇଥିଲେ ପରାକ୍ରମ।

ପାଇକ ବିଦ୍ରୋହ ମାତୃଭୂମି 

ପାଇଁ ମେଳି କଲେ ଦେଶ ଘୁମି,

ସଂଗ୍ରାମୀ ମାନଙ୍କୁ ସମର ବିଦ୍ୟାର 

ତାଲିମ ଦେଲେ ଖଣ୍ଡାଚୁମି।

ଖୋରଧା ଗଡର ରକ୍ଷାପାଇଁ

ରଣ ହୁଙ୍କାର ଦେଲେ ଧାଇଁ,

କପଟ ଛନ୍ଦରେ ଇଁରେଜୀ ଶାସକ 

କୌଶଳେ ଧରିଥିଲେ ପାଇ।

ମେଦୀନ ପୁରର କଏଦୀ ନେଇ 

ନିର୍ମମ ଭାବରେ ଫାଶୀ ଦେଇ ,

ବର ଡ଼ାହିରେ ଗୋଡ଼ ଦୁଇ ବାନ୍ଧି 

ଶହୀଦ ହୋଇଥିଲେ ବୀର ସେହି।

ଆଜକୁ ପାଞ୍ଚଶହ ବର୍ଷ ହେବ 

ସଂଗ୍ରାମୀଙ୍କ କଥା ମନଦେବ,

ଉତ୍କଳ ଗରବ କରେ ତାଙ୍କପାଇଁ 

 ଦେଶ ପାଇଁ ଲଢି ଯଶ ନେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action