STORYMIRROR

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପାରିବେ ନି କେହି ଅଲଗା କରି

ପାରିବେ ନି କେହି ଅଲଗା କରି

1 min
142


ଆମେ ସର୍ବେ ଅଟୁଁ ଭାରତ ସନ୍ତାନ

ମନ ପ୍ରାଣ ଅଟେ ସଭିଙ୍କ ମହାନ

ଚିନ୍ତା ଚେତନା ରେ ସର୍ବେ ଗରୀୟାନ

ଐକ୍ୟ ସଂହତି କୁ ସଯତ୍ନେ ଧାରଣ ।

କରି କରୁ ଅଛୁ ଜୀବନ ଯାପନ

ଉଚ୍ଚ ଚିନ୍ତା ଚିର ଭାରତ ଭୂଷଣ ।

 ଆଦର୍ଶ ଉତ୍ତମ ବିଚାର ସନ୍ଦେଶ 

ଶିକ୍ଷା , ସଂସ୍କୃତି ରେ ପ୍ରସିଦ୍ଧ ଏ ଦେଶ ।

ଦେଶ ମାତୃକାର ହିତେ ପ୍ରାଣ ପଣେ

ପଣ କରି ରତ ଥାଉ ନିଜ କାମେ ।

ମହନୀୟ ଗୁଣ ଆଦର୍ଶ ସଭ୍ୟତା

ଭାରତୀୟ ଧର୍ମ ଦର୍ଶନ ବ୍ୟବସ୍ଥା ।

ଜାତି , ଧର୍ମ ବର୍ଣ୍ଣ , ସମ୍ପ୍ରଦାୟ ଭାଷା

ସବୁ ଥିରେ ସ୍ନେହ , ସୁଧା ଧାର ନେଶା ।

ଐକ୍ୟ ସଂହତି କୁ ସୁଦୃଢେ ଧରିଣ

ଚଳୁ ଅଛୁ ରଖି ଭାରତୀୟ ପଣ ।

ବିଭିନ୍ନତା ର ମଧ୍ୟରେ ଅବସ୍ଥିତ

ଥିଲେ ବି ସଭିଏଁ ଭାରତୀୟ ସତ ।

ଭାଇ ଭାଇ ମିଳି ଭାତୃତ୍ବ ବନ୍ଧନେ

ପରଷ୍ପର ପ୍ରତି ସ୍ନେହ ପ୍ରେମ ଦାନେ ।

ଜାତୀୟ ସଂହତି ଏକତା ରକ୍ଷଣେ

 ଜାତୀୟ ପତାକା ଆମରି ପରାଣେ ।

ପ୍ରୀତିର ପ୍ଲାବନେ ପ୍ରେମ ଶ୍ରଦ୍ଧା ଧାର

ଅଜାଡ଼ି ଦିଅଇ ସଭିଙ୍କ ଉପର ।

ଚିର ଦିନ ଚଳୁ ଥିବୁ ଏହି ପରି

ପାରିବେ ନି କେହି ଅଲଗା କରି ।

ବିଭିନ୍ନତା ମଧ୍ୟେ ଏକତା ସଂହତି

ଘେନି ଗଢ଼ା ଆମ ଭାରତ ସଂସ୍କୃତି ।

ପ୍ରତି ଜନ ପ୍ରାଣେ ବରଷାଏ ପ୍ରୀତି

ଅନୁରାଗ ବୁଣି ମନ କରେ ତୃପ୍ତି ।

ପାରିବେ ନି କେହି ଅଲଗା କରି

ଚଳୁ ଥିବୁ ଆମେ ମୈତ୍ରୀ ଭାବ ଧରି ।

ଏକତା , ସଂହତି ଜାତୀୟ ଜୀବନେ

 ପବିତ୍ର ଉତ୍ସାହ , ଉତ୍ତମ ଚିନ୍ତନେ ।

ଆସି ଅଛି ଚିର ସହ।ୟତା କରି

ପାରିବେ ନି କେହି ଅଲଗା କରି ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action