STORYMIRROR

Ranjit Sahu

Action Others Children

3  

Ranjit Sahu

Action Others Children

ମୋତି

ମୋତି

1 min
139

ମୋତି ଡାକ ଶୁଣି ଧାଇଁ ଧାଇଁ ଆସେ, 

ଗଭୀର ନିଦରେ କେବେ ନ ଶୁଏ, 

ନିଦରେ ଶୁଅନ୍ତି ଯେବେ ପରିବାର,

ଦାଣ୍ଡ ଦୁଆରରେ ପହରା ଦିଏ I 


ଆଦିମ କାଳରୁ ମଣିଷର ସାଥି, 

ମଣିଷ ଠାରୁ ଅଧିକ ବିଶ୍ୱାସୀ,

ଗାଁଆ ଦାଣ୍ଡ ଠାରୁ ସହରର ଗଳି,

ମଣିଷ ପାଆଖେ ରହି ଅଛି ଆସି I 


ଲାଙ୍ଗୁଡ଼ ହଲେଇ ଭାବ ବ୍ୟକ୍ତ କରେ,

ଖେଳ ସମୟରେ ସାଥିରେ ଖେଳେ,

ରହି ଥାଏ ଚାହିଁ ଫେରନ୍ତା ବାଟକୁ,

ବିଦ୍ୟାଳୟ ଗଲେ ସାଥୀଙ୍କ ମେଳେ ।


ତାହାର ନିଜର ପରିବାର ଭାବି 

ବଢାଏ ମନେ କେତେ ଅନୁରାଗ 

କଥା ନ କହି ବି ବୁଝି ପାରେ ସିଏ 

ସ୍ନେହ ମମତା ଆଦର ସରାଗ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action