ଅନିତ୍ୟ ସଂସାର
ଅନିତ୍ୟ ସଂସାର
ସଂସାର କ୍ଷେତ୍ର ଟି ଅନିତ୍ୟ ଅସ୍ଥାୟୀ
ନ ବଦଳେ ଏଠି ମାଟି
ଘର ନ ବଦଳି ଘରୁଆ ମାନେ ଯେ
ବଦଳି ଯାଆନ୍ତି ନିତି।
ପାନ୍ଥଶାଳାର ଯାତ୍ରୀ ବଦଳନ୍ତି
ବଦଳିବା ତା ନିୟମ
ସଂସାର କ୍ଷଣିକ ପୁଣି ଆର କ୍ଷଣେ
ନ ଦିଶଇ ପରା ସମ।
ଦସ୍ୟୁ ରତ୍ନାକର ବାଲ୍ମୀକି ହୁଅନ୍ତି
ହରିଶ୍ଚନ୍ଦ୍ର ଯେ ହରିଆ
କରମ ଫଳକୁ ଭୋଗିଥାନ୍ତି ସର୍ବେ
ଲାଗଇ ବଡ କିମିଆ।
ତାଙ୍କରି ସୃଷ୍ଟିରେ ଦରକାରୀ ଅଟେ
ପ୍ରତି ଜୀବ ପ୍ରତି ପ୍ରାଣୀ
ସମସ୍ତଙ୍କ ପାଇଁ ସବୁ ଖଞ୍ଜିଛନ୍ତି
ତାଙ୍କ ଠାରେ ହେବା ଋଣୀ।
ସ୍ନେହ ପ୍ରେମ ଶ୍ରଦ୍ଧା ମନରେ ବହିଣ
ଆସ ହେବା ଆତ ଯାତ
ସର୍ବ ଶକ୍ତିମାନ ପ୍ରଭୁ ଚକାଡୋଳା
ଯାତନା କରିବେ ହତ।
