STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବେଶୀ ମନେ ପଡ

ବେଶୀ ମନେ ପଡ

1 min
151


ଦୁଃଖ ବେଳେ ପ୍ରଭୁ ବେଶୀ ମନେପଡ

         ସୁଖରେ ଯାଉଛି ଭୁଲି 

ତୁମ ବନ୍ଧନକୁ ଏଡ଼ାଇ ପାରୁନି

         ଜନମ ଜନମ ବୁଲି।

କରମ ଫଳକୁ ସଦା ଭୁଞ୍ଜୁଅଛି

        ବିଛି ପ୍ରାରବ୍ଧ ରହିଛି

ପ୍ରାର୍ଥନା କରଇ ସଞ୍ଜ ସକାଳରେ

        ପ୍ରାଣେ ଶାନ୍ତି ଦିଅ ସିଞ୍ଚି।

ଆଚରଣ ଅବା ଉଚ୍ଚାରଣେ ମୋର

        ଫରକ ନହେଉ ନାଥ

ମଣିଷପଣିଆ ଫେରିଆସୁ ନିତି

         ଦିଶୁ ଯାଉ ଶୁଭପଥ।

ପ୍ରାଣୀଙ୍କ ଆରତ ଖଣ୍ଡନ କର ହେ

        ଆହେ ବଳିଆର ଭୁଜ

ସମସ୍ତ ଯାତନା ନାନାଦି ଗଞ୍ଜଣା

        ନପଡୁ ଆମ ସମାଜ।

ମହାରାଣୀ କୁନ୍ତି କହିଥିବା କଥା

        ମନେପଡେ ନିତି ନିତି

ଦୁଃଖ ବୋଲି ଯାହା ଦେଖାଯାଏ ମୋତେ

        ସ୍ଵଳ୍ପ ସ୍ୱଳ୍ପ ଗତି।

ହେ ବିଶ୍ଵବିହାରୀ ଅଗତିର ଗତି

       ଚକାଆଖି ରହୁ ସାକ୍ଷୀ

ଜଗତଜନଙ୍କ ଦୁଃଖ ହରିବାକୁ

        ନମଇ ମୀନତି ରଖି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action