STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ସାଇତି ରଖିଛି ତୁମର ସେ ଚିଠି

ସାଇତି ରଖିଛି ତୁମର ସେ ଚିଠି

1 min
145


ସାଇତି ରଖିଛି ତୁମର ସେ ଚିଠି 



ପହିଲି ଜୀବନେ ନହୁଲୀ ଯୌବନେ

ପ୍ରେମ ପ୍ରଣୟ ପ୍ଲାବନେ

ବୁଡି ରହି କେତେ କାଳ ତୁମ ସାଥେ

ଯାପି ସୁନେଲୀ ସପନେ ।

କେତେ କେତେ ଖୁସି ଉନ୍ମାଦନା ନେଶି

ଦେଇ ଗଲ ପ୍ରିୟା ମନେ

ତୁମରି ପାଇଁ କି ମୋ ମନ ଭାବନା

ରହି ଥିଲା ଯା' ଗୋପନେ ।

ଲେଖି ଥିଲି କେତେ ପ୍ରେମର ପତର

ପ୍ରିୟା ଆଗୋ ତୁମ ପାଇଁ

ସାଇତି ରଖିଛି ସବୁ ସମୟରେ

ଗନ୍ଧ ଅତରେ ବୁଡାଇ ।

ମହ ମହ ନିତି ବାସୁଚି ସେ ଚିଠି

ପ୍ରେମର ରୋଷଣୀ ଜାଳି

ପ୍ରିୟତମା ତୁମ ପାଇଁ  ମନୋଭାବ

 ଆଦର୍ଶ ଇତ୍ୟାଦି ଧରି ।

ଲେଖା ଚିଠି ପତ୍ର ଦେଇ ଭାବ ଛୁଙ୍କ

ଗନ୍ଧ ଧୂପ ଗନ୍ଧ କାଳୀ

ଚିଠି ପତର ର ଚରୁତା ମଧୁର

କେତେ ସ୍ନେହ ପ୍ରେମ ଢ଼ାଳି ।

ପ୍ରୀତି , ପ୍ରଣୟ ର କେତେ ଯେ ଭାବନା

ପ୍ରବାହିତ କରି ଚିର

 ଅପୂର୍ବ ପୁଲକେ ଶ୍ରଦ୍ଧା ର ଝଲକେ

ସ୍ନେହ ପ୍ରେମ , ଭାବ ଭାର ।

ଶରଧା ଅଜାଡ଼ି ଲେଖିଛି ଓଡ଼ିଆ

ଭାଷା ଓ ସାହିତ୍ୟା କାରେ 

ମନୋଜ୍ଞ ପ୍ରକାଶ ପାଇଛି ଭାବନା

ଯହିଁ ବର୍ତ୍ତୁଳ ଅକ୍ଷରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance