ଟେଲି ଫୁନ୍ ପ୍ରେମ
ଟେଲି ଫୁନ୍ ପ୍ରେମ
କେତେ ମିଠା ଲାଗେ ଟେଲି ଫୁନ ପେମ
ଦିଅଇ ନବ ରୋମାଞ୍ଚ
ଆନନ୍ଦେ କୁରୁଳି , ଉଠଇ ଶିହରୀ
ବାଜେ ଯେବେ କ୍ରିଁ ... କ୍ରି... କ୍ରିଞ୍ଚ ।
ପ୍ରେମିକ ପ୍ରେମିକା ମନ କୁ ଉତ୍ତାଳା
କରେ ଏଇ ନବ ରଵ
ଆଶା ଉନ୍ମାଦନା ମାଦକତା ବୋଳା
ପ୍ରୀତି ତୋଳେ ଅନୁରାଗ ।
ଦୁର୍ଯୋଗ ବଶତଃ କ୍ଷତି ଯେ ବହୁତ
ସାଧି ଥାଏ ପ୍ରତି କ୍ଷଣେ
ଆନନ୍ଦ ଲହରୀ ପ୍ରବାହିତ କରି
ପରେ ଦୁଃଖ ଦିଏ ପ୍ରାଣେ ।

