ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ ମନର ଦୁର୍ଭାବନା ଛଡା ଆଉ କଣ
ସମୟ ତା ବାଟରେ ଚାଲିବ
ବାଟୋଇ ସମୟନୁବର୍ତ୍ତିତା ଯଦି ହେବ
ସମୟ ଡରାଇ କି କେବେ ପାରିବ
ଆନୁଗତ୍ୟ ଆମେ ସମୟର ନିଶ୍ଚିନ୍ତ
ତଥାପି ମନ ମୁନ ଚୈତନ୍ୟ l
ଆଣେ ବାର୍ଦ୍ଧକ୍ୟ
ସ୍ପୃହା ଓ ଆଗକୁ ବଢିବାର ନିଶା
ସମୟ ସହ ତାଳ ଦେବା ପେଶା
ନିଶା ଓ ପେଶା ନିଶ୍ଚୟ ଜିତାଇ ଦେବ
ମନ ପକ୍ଷୀକୁ ମନାଇ l
ଉଡ଼ନ୍ତା ପକ୍ଷୀଠାରୁ କିଛି ଶିକ୍ଷା ପାଇ
ଭବିଷ୍ୟତର ବିଭିର୍ଣ୍ଣ ପ୍ରକାର ଫୁଟୁଥିବା
ଫୁଲ ପ୍ରତି ଆଗ୍ରହ ଜନ୍ମାଇ
ସମୟ ଓ ବାର୍ଦ୍ଧକ୍ୟ ଦୁର୍ବଳ ଓ ପୀଡିତ ହେବେ
କେତେ ଫୁଲ ଝଡ଼ିଯିବ କେତେ ଫୁଲ l
ପ୍ରସ୍ଫୁଟିତ ହେବଏହାତ ନିହାତି
ମୃତ୍ୟୁ ଆସିବ ସେମିତି
ଆସୁ ବାର୍ଦ୍ଧକ୍ୟ କଣ ପଥ ଓ ପାଥେୟ ତା ପାଇଁ
ନା ଜମା ନୁହେଁ l
ତର୍ଜ୍ଜମା କଲେ ଜାଣିଯିବ ବୁଝିଯିବ
ଜୀବନର ଗୋଟେ ଫୁଲ ହିଁ ବାର୍ଦ୍ଧକ୍ୟ
ବାସ୍ନା ଭରା ସମୟର ସୁରଭି ଭରା ଏକ ନିର୍ଯ୍ୟାସ l
