STORYMIRROR

Bharatabandhu Biswal

Action Inspirational Others

4  

Bharatabandhu Biswal

Action Inspirational Others

ମୁଠାଏ ଭାତ

ମୁଠାଏ ଭାତ

1 min
577


ନିବାରିଣ କ୍ଷୁଧା   ବଞ୍ଚାଏ ଜୀବନ

     ଅମୃତ ମୁଠାଏ ଭାତ

ଅନ୍ନର ବିହୁନେ   ହୁଏ ହ°ସା ହାନୀ

    ମୃତ୍ୟୁ ଅଟେ ସୁନିଶ୍ଚିତ ।


ଅନ୍ନ ବ୍ରହ୍ମ ରୂପେ   ପରମ ନମସ୍ୟ

    ସୂଚି ବ୍ରତେ ସେବନୀୟ

ଧାନ୍ୟ ମହାଲକ୍ଷ୍ମୀ   ବନ୍ଦିତା ପୂଜିତା

     କୃଷି କର୍ମ କରଣୀୟ ।


ଉତ୍ତମ ପ୍ରସ୍ତୁତ     ପାକସିଦ୍ଧ ଅନ୍ନ

     ଦାନ ଧରମ ଭୋଜନ

ଭରିଦିଏ ମନେ    ତୃପ୍ତି ଓ ଆନନ୍ଦ

      ଅନ୍ନଦାନ ମହାପୁଣ୍ୟ ।


ପରୋପକାରାର୍ଥେ   କର୍ତ୍ତବ୍ୟ କରମ

     ସମ୍ପାଦିତ ମହା ଯଜ୍ଞ

ସୃଜେ ଜଳକଣ    ବରଷେ ବାରିଦ

      ଅନ୍ନ ହୁଏ ଉତ୍ପାଦନ ।


ଶ୍ରମ ଝାଳ ବିନା    ସମର୍ଥ ମଣିଷ

     ଭୋଜନ ଶାସ୍ତ୍ର ନିଷିଦ୍ଧ

ଆଳସ୍ୟଗ୍ରସ୍ତଙ୍କୁ   ଭୂରି ଓ ଭୋଜନ

     ପ୍ରଦାନେ ମୁର୍ଖ ନିର୍ବୋଧ ।


ନୀୟମ ବିରୁଦ୍ଧ   କଲେ ଆଚରଣ

      କୁପିତ ହୁଏ ପ୍ରକୃତି

ପାପର ପ୍ରଭାବୁ    ଫଳ ବିପରୀତ

     ଘୋଟଇ ମହା ବିପତ୍ତି ।


ନୀୟମିତ ବୃଷ୍ଟି    କୃଷି ଉତ୍ପାଦନ

      ହୋଇଥାଏ ପ୍ରଭାବିତ

କୃଷକ ସହଇ    ଅପୂରଣ କ୍ଷତି

    ବ୍ୟାପଇ ରୋଗ ଦୁର୍ଭିକ୍ଷ ।


ମେଲାଖାଉ ଲୋକେ  ମାରନ୍ତି ହେକୁଟି

     ଲୁଟିଖିଆ ବଡ଼ ଲୋକ

ମରେ ମଧ୍ୟବିତ୍ତ    ମୂଲିଆ ଶ୍ରମିକ

      ଚାଷୀ ହୁଏ ସର୍ବସ୍ୱାନ୍ତ ।


ଦିଅ ସଦବୁଦ୍ଧି    ଜଗତ ଜନଙ୍କୁ

      ମହାପ୍ରଭୁ ଜଗନ୍ନାଥ

ହେଉ ସ୍ୱାଭିମାନେ  ଜୀବନ ସାର୍ଥକ

     ପ୍ରସାଦ ମୁଠିଏ ଭାତ ।


Rate this content
Log in

Similar oriya poem from Action