ଅନ୍ ଲାଇନ୍ ଆସର
ଅନ୍ ଲାଇନ୍ ଆସର
ଲକ ଡାଉନ୍ ସର୍ଟ ଡାଉନ୍
ଆସିବା ପରେ
ଅନ୍ ଲାଇନ୍ ଆସର ରେ
ଲେଖକ ଲେଖିକା ଏକଜୁଟ ହେଲେ ।
କେମିତି ଲେଖା ଦେଲେ
ଆଗକୁ କ'ଣ କଲେ
ଆମରି ଭାଷାକୁ ଆମ ଗୌରବକୁ
ଆଗେଇ ନେବା ଆଲୋଚନା କଲେ ।
ନବ ଲେଖକ ନବ ଲେଖିକା
ଦିନକୁ ଦିନ ବୃଦ୍ଧି ପାଇଲେ
ଓଡିଆ ଭାଷାରେ ଓଡିଆ ମାଟିର
ମହକ ଗୌରବର
ଯଶ ଗାନ ଗାଇଲେ ।
କବି ସହ କବିର ମିଳନ
ନୂତନ ଛନ୍ଦର ଉତ୍ପନ
ସାହିତ୍ୟର ନୂତନ ଯୁଗ
ନବ ସକାଳ ଆଗମନ।
କବିତା ଅନ୍ ଲାଇନ୍ ଆସରେ
ଯୋଗ ଦେଲା ପରେ
ସାହିତ୍ୟ ପ୍ରତି ଆଗ୍ରହ
ବଢିଲା ଧିରେ ଧିରେ ।
ଲେଖିବା ଜାରି ରଖିବି
ସମାଜର ଛବି ଆଙ୍କିବି
ନୂତନ ଶୈଳୀ ଛନ୍ଦ ଲେଖି
ଓଡିଆ ପୁଅ ବୋଳି କହିବି ।
ଓଡିଶାର କୋଣ ଅଣୁକୋଣେ
ସାହିତ୍ୟିକ
ବାହାରିବେ ଜଣେ ଜଣେ
ଏ ଲକ୍ଷ୍ୟ ନେଇ
ଆସିଛି ଅନ୍ ଲାଇନ୍ ଆସର
ଭାଷାକୁ ବିକଶିତ କରିବା ପାଇଁ
ଆସିଛି ଏ ସୁବର୍ଣ୍ଣ ସୁଯୋଗ ।
