STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ବୈରାଗୀ ମନ

ବୈରାଗୀ ମନ

1 min
322


ମୋତେ ମୀରା କରି ଦେରେ କଳା ଠାକୁର

ମନ ରେ ବୈରଗ୍ୟ ଯେବେରେ ଆସିବ

ଛାଡି ଆସିବି ରେ ଘର ସଂସାର

ମୋତେ ମୀରା କରି ଦେରେ....।


ଶ୍ରୀ ଚୈତନ୍ୟ ତୋରି ନାମକୁ ଗାଇ ଗାଇ ନାଚି ଗଲେ 

ଦିନ ଖାଲି ତୋତେ ଝୁରିଝୁରି ତୋରି ପ୍ରେମରେ ହଜି ଗଲେ

ମନ ଚୈତନ୍ୟ ଯେବେ ତୋତେ ଭଜିବ

ନାଚି ନାଚି ଯିବି ଧାମ କୁ ତୋର

ମୋତେ ମୀରା କରି ଦେରେ...।


ଦାସିଆ ବାଉରୀ ହାତ କୁ ବଢ଼ାଇ ଦେଇ ଥିଲେ ନଡ଼ିଆକୁ

ଚକା ଆଖିରେ ଯାଇ ଥିଲେ ଲାଖି

ଭୁଲି ଯାଇ ଥିଲେ ଦୁନିଆକୁ

ଦାସିଆ ଭାବ ମୋ ଯେବେ ରେ ଆସିବ

ସବୁ ଛାଡି ଯିବି ମୁ ଶିରି ମନ୍ଦିର

ମୋତେ ମୀରା କରି ଦେରେ ....।


ବନ୍ଧୁ ରୂପେ ସୁଦାମା ତୋତେ ରେ ଭଜିଲେ

ଖୁଦ ଭଜା ଦେଇ ମନ ତୋଷିଲେ

ସୁଦାମା ପରି ମନ ଯେବେ ରେ ହୋଇବ

ବନ୍ଧୁ ଭାବି ଯିବି ରେ ତୋ ଦୁଆର

ମୋତେ ମୀରା କରି ଦେରେ...।


ଶବରି ତୋ ବାଟ ଚାହିଁ ରହିଥିଲେ

ମାଆ ହୋଇ ସେ କୋଳି ଖୁଆଇଲେ

ଶବରି ପରି ତ୍ୟାଗ ଯେବେ ରେ ହୋଇବ

ତୋ ଚରଣ ଧୋଇ ଦେବି ଲୁହ ରେ ମୋର

ମୋତେ ମୀରା କରି ଦେରେ .....।


ବିଜ୍ଞାନି କଇବର୍ତ୍ତ ତୋ ପାଦ ଧୋଇଲା

ପତିତପାବନ ନାମ ଜଗତେ ହୋଇଲା

କଇବର୍ତ୍ତ ପରି ଭାଗ୍ୟ ଯେବେ ରେ ହୋଇବ

ମନ ନାବରେ ତୁ ବସିବୁ ମୋହର

ମୋତେ ମୀରା କରି ଦେରେ.....।।


Rate this content
Log in

Similar oriya poem from Fantasy