STORYMIRROR

Balaji Sethi

Thriller

4  

Balaji Sethi

Thriller

ବାପାଙ୍କ ଶୂନଗାଡି

ବାପାଙ୍କ ଶୂନଗାଡି

1 min
309


ମୋ ବାପାଙ୍କ ସାଇକେଲଟି ଅତି ପୁରୁଣା,

ନିତି ପୋଛିପାଛି କରନ୍ତି ତେଲ ମାଜଣା,

ମୋତେ ଆଗରେ, ବୋଉକୁ ପଛରେ ବସାଇ

ମାମୁଁଘରକୁ ନେଉଥିଲେ ବାହି,

ଅଚିହ୍ନା ଜାଗା,ବିଲ,ଗାଁ,ନଈ ଦେଉଥିଲେ ଚିହ୍ନାଇ,

ନିଇତି ସକାଳେ ସଞ୍ଜେ ସେଥିରେ ଚଢ଼ି

ଯାଆନ୍ତି ପୋଖରୀପାଣି,

ହାଟରୁ ସଉଦା,ବାଟରୁ ଚୁନାମାଛ,

ଗାମୁଛାରେ ବରକୋଳି ବାନ୍ଧି 

ବୋଉକୁ ଦିଅନ୍ତି ଆଣି ।


ସେଇଟି କେବେ ଅସଜ ହେଲେ

ବାପା ନିଜ ହାତରେ ଦିଅନ୍ତି ସଜାଡ଼ି,

ଏକ୍ସିଲ, ଚେନ,କ୍ରାଙ୍ଗ ରେ ତେଲ ପକାଇ

ପେଡାଲ ବୁଲାନ୍ତି ଘିରିଘିରି,

ପଡିଉଠି ଚଲେଇବା ଶିଖିଥିଲି ସେଥିରେ

ଏବେ ମୁଁ ଚଢୁଛି ଗାଡି,

ମୋ ପୁଅ ବି ଶିଖିଗଲାଣି ସେଥିରେ

ଚଳାଉଛି ଦୁଇହାତ ଛାଡି,

ବାପାଙ୍କୁ କହିଲି ଦିନେ;

ନୂଆଁ ସାଇକେଲଟେ ଆଣିବା

ୟାକୁ କବଡ଼ିଆକୁ ବିକ,

ବାପା କହିଥିଲେ;

ଦିହକ ଯାକର ସ୍ମୃତିର ସନ୍ତକ 

ବିକି ପାରିବି କି

ତୋ ବୋଉ ଆଣିଥିବା ଯଉତୁକ ।


ଦିନେ ସାଇକେଲ ଚଳାଇ ଯାଉଥିଲେ ଭିଡରେ,

ପିଲାଟିଏକୁ ବଞ୍ଚାଇ ପଡିଗଲେ ରାସ୍ତା କଡରେ,

ଡାକ୍ତର କହିଲେ;

ଆଉ ସାଇକେଲ କେବେ ପାରିବନି ତୁମେ ଚଢି,

ସେବେଠୁ କାନ୍ଥକୁ ଆଉଜି ଠିଆ ହୋଇଛି

 ମୋ "ବାପାଙ୍କ ଶୂନଗାଡି " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller