STORYMIRROR

Pranati Panda

Tragedy

3  

Pranati Panda

Tragedy

ବାପା ତୁମେ ଚାଲିଗଲା ପରେ

ବାପା ତୁମେ ଚାଲିଗଲା ପରେ

1 min
229


ଏଇ ମାତ୍ର ଦୁଃଖ ଆସିଥିଲା

ଢେର୍ କିଛି ଶିଖେଇ ଦେଇ ଗଲା ,

ଯାହା ବହୁତ ଆଗରୁ ଶିଖିବାର ଥିଲା ।

ଏ ନୀରବତାର ମାନେ କାଳେ ଅସହାୟତାର ଲକ୍ଷଣ ।

ଖୋଜି ଚାଲିଛି ମଣିଷପଣିଆର ଅନାବିଳ ସ୍ନେହ...

ଆଖି ଲୁହରେ ସକାଳର ସୂର୍ଯ୍ୟ କିରଣ ଝାପ୍ସା ଦେଖାଯାଉଛି।

ସତରେତ ଗଢିଥିବା ସ୍ନେହ ଆଉ ଭଲପାଇବା ସଚ୍ଚୋଟତାରେ ଗଢିଥିବା ଘର , କେତେ ସ୍ମୃତି କେତେ ଅନୁଭୂତି....

ଅଲେଖା ଶବ୍ଦର ବାସ୍ନା କିନ୍ତୁ ଖୋଲିଲା ବେଳକୁ ସବୁ ଶୂନ୍ୟ.... ଶୂନ୍ୟ.....ମହା ଶୂନ୍ୟ ।

ଜୀବନର ଶୂନ୍ୟତାରେ ଏକ ବିରାଟ ପ୍ରଶ୍ନବାଚୀ ।

ଆପଣାପଣ ଭିତରେ ଆପଣାର ପ୍ରତି ଏ ଭେଦଭାବ କାହିଁକି ??

ତୁମେ ଥିଲା ବେଳେ ସବୁ ନିଜର , ଆଉ ତୁମେ ଚାଲିଗଲା ପରେ.....

ଭେଦଭାବ ବ୍ୟବଧାନ ତେବେ କାହାର ଅଧୀନ??

ସମ୍ପର୍କର ଅର୍ଗଳି ଭିତରେ କି ଦୋଷେ ଲାଞ୍ଛିତ ଅବଳା ଜୀବନ ??

ସରିଯାଇଛି ସବୁ ଅଳି ଅର୍ଦ୍ଦଳି....

ଆଉ ତୁମର ସେ ମୁଖ ନିଶୃତ ସଚ୍ଚୋଟତାର ସ୍ଳୋଗାନ।

ପଡ଼ି ରହିଛି କେବଳ ଶୂନ୍ୟସ୍ଥାନର ସେହି ଶୂନଶାନ୍ ଖାଁ ଖାଁ ଘର ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy