STORYMIRROR

Satyabati Swain

Fantasy Others

3  

Satyabati Swain

Fantasy Others

ବାଇଆ ହଅନା

ବାଇଆ ହଅନା

1 min
320

ନିହାତି କାଙ୍ଗାଳଟା

ନିଜକୁ ଧିକ୍କାର କରେ

ଏତେ କ'ଣ ଝୁରୁଛୁ ମ'

ନିହାତି ବୋକାଟା

ଭାସି ଯାଏ

ସଭିଙ୍କ କଥାରେ

କିନ୍ତୁ ଭାଙ୍ଗି ପଡେ

ଦୁଲ କରି ମାଟି କାନ୍ଥ

ବନ୍ୟା ପାଣିରେ ବତୁରୀ

ଯେମିତି ପଡେ

ଯେତେବେଳେ ସେମାନେ ଯାହା କହୁଥିଲେ

ମିଛ ବୋଲି ଜାଣେ ।

ନିଜେ ନିଜକୁ କୁହେ

କାଇଁ ଯେତେବେଳେ

ଖୁସିରେ ହେକୁଡି ଖାଉଥିଲୁ

ସେତେବେଳେ ତ ଚିନ୍ତା କଲୁଣି

ଏ ଦୁନିଆଁ ଭାରି ମାୟାବୀ

କାହିଁକି ପଶିଲୁ ବୁଢିଆଣି ଜାଲେ!

ଏବେ ନାକ ବୁଡିବାରୁ

ବୁଦ୍ଧି ପଶୁଛି

ଆରେ ହୁଣ୍ଡା

ଆଜିକା ଦିନରେ

ସବୁଠି ଦେଣ ନେଣ ଚାଲେ

ଏତିକି କେମିତି ତୋ ସମଜ ବାହାରେ !

ତୁ ତୁଚ୍ଛା ମକୁନ୍ଦାଟା

ପକେଟ ଖାଲି

ତୋତେ କିଏ ପଚାରେ

ନୁଖୁରା ମୁଣ୍ଡରେ କହିଲୁ

କିଏ ତେଲ କେବେ ଢାଳେ

ଏଣୁ କହୁଛି

ସୁଧୁରୀ ଯା' ପୁଅ

କୁହୁଡି ପହଁରନା

ଗୋଡ଼ ହାତ ଛିଣ୍ଡିଯିବ

ତଣ୍ଡି ଶୁଖି ଯିବରେ

ସେତେବେଳେ ବୁଝିବୁ

କିନ୍ତୁ ଲେଡି ଗୂଡ଼ କହୁଣୀକୁ

ବହି ଯାଇଥିବ

ଆଉ କି ଚାଟି ପାରିବୁ !

ବାବୁରେ ବାଇଆ ହଅନା

ଛଞ୍ଚାଣ ଉଡୁଛି ଉପରେ

କେତେ ବେଳେ ଟେକି ନେବ ଶୁନ୍ୟେ

କିଏ କହି ପାରେ

କିଏ ଦେଖିନି ସେ ଛଞ୍ଚାଣକୁ

ଅରୂପ

ଅଦୃଶ୍ୟ

ତା' ଇଛାରେ ଯାହା କରି ପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy