STORYMIRROR

Dipti lekha Mishra

Crime Inspirational Others

3  

Dipti lekha Mishra

Crime Inspirational Others

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
201

ମୋ ପରୀ ଏବେ ବଡ ହୋଇଗଲାଣି

ସେ ବହୁତ ଜାଣିବାର ହେଲାଣି

ତା ସିଆଣିଆ ଖୁବ ଭଲ ଲାଗୁଛି

ହେଲେ ସେ ଅସୁରକ୍ଷିତ ମନେ କରୁଛି

କାହିଁକି ନା ଏ ଆଖପାଖ ପରିବେଶରେ

ଗଣ୍ତାଏ ମାଉଁସଖିଆ ମଣିଷ ଘୂରି ବୁଲୁଛନ୍ତି॥


ତଥାପି ମୁଁ ତାକୁ ସାହାସ ଦେବା ଭୂଲିନି

ଲଢିବା ଶିଖାଇଦେଈଛି ପ୍ରଶିକ୍ଷଣ ଦ୍ବାରା

ଯେଷାକୁ ତେଷା ସେ କରିପାରିବ ମୁଁ ଜାଣିଛି

ତଥାପି ସେ ନିଜକୁ ଅସୁରକ୍ଷିତ ମଣୂଛି

କାହିଁକି ନା ରକ୍ତ ପିଉଥିବା ମଣିଷ ରୂପୀ ଅସୁର

ତୀକ୍ଷଣ ଦୄୄୄୄୄୄୄଷ୍ଟିରେ ଚାହୀଁରହିଛନ୍ତି ତା ଯୌବନ ଦେଖି॥


ମୋ ପରୀକୁ ମୁଁ ଏମିତି ଗଢି ତୋଳିବି ଭାବୁଛି

ଯେମିତି ସେ ମାଉଁସଖିଆ ହେଉ କି ରକ୍ତପିଆ

ଏ ଅସୁରମାନଙ୍କୁ ନିଜେ ଶତସିଂହର ବଳ ନେଇ

ଋତୁଚକ୍ରର ପତ୍ରଝଡା ପାଖୁଡା କରି ଫିଙ୍ଗିପାରିବ

ନ୍ୟାୟ ଅନ୍ୟାୟର ବିଚାର ସେ ନିଜ ଅଦାଲତରେ

ବିନା ଓକିଲ ଦ୍ବାରା ଶେଷ କରିପାରିବ ଲଢେଇ

ଆଉ ବନ୍ଦେ ଉତ୍କଳ ଜନନୀ କହି

ଛାତି ଫୁଲାଇ ନିର୍ଭୟରେ ବାଟ ଚାଲିପାରିବ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime