ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ମୋ ପରୀ ଏବେ ବଡ ହୋଇଗଲାଣି
ସେ ବହୁତ ଜାଣିବାର ହେଲାଣି
ତା ସିଆଣିଆ ଖୁବ ଭଲ ଲାଗୁଛି
ହେଲେ ସେ ଅସୁରକ୍ଷିତ ମନେ କରୁଛି
କାହିଁକି ନା ଏ ଆଖପାଖ ପରିବେଶରେ
ଗଣ୍ତାଏ ମାଉଁସଖିଆ ମଣିଷ ଘୂରି ବୁଲୁଛନ୍ତି॥
ତଥାପି ମୁଁ ତାକୁ ସାହାସ ଦେବା ଭୂଲିନି
ଲଢିବା ଶିଖାଇଦେଈଛି ପ୍ରଶିକ୍ଷଣ ଦ୍ବାରା
ଯେଷାକୁ ତେଷା ସେ କରିପାରିବ ମୁଁ ଜାଣିଛି
ତଥାପି ସେ ନିଜକୁ ଅସୁରକ୍ଷିତ ମଣୂଛି
କାହିଁକି ନା ରକ୍ତ ପିଉଥିବା ମଣିଷ ରୂପୀ ଅସୁର
ତୀକ୍ଷଣ ଦୄୄୄୄୄୄୄଷ୍ଟିରେ ଚାହୀଁରହିଛନ୍ତି ତା ଯୌବନ ଦେଖି॥
ମୋ ପରୀକୁ ମୁଁ ଏମିତି ଗଢି ତୋଳିବି ଭାବୁଛି
ଯେମିତି ସେ ମାଉଁସଖିଆ ହେଉ କି ରକ୍ତପିଆ
ଏ ଅସୁରମାନଙ୍କୁ ନିଜେ ଶତସିଂହର ବଳ ନେଇ
ଋତୁଚକ୍ରର ପତ୍ରଝଡା ପାଖୁଡା କରି ଫିଙ୍ଗିପାରିବ
ନ୍ୟାୟ ଅନ୍ୟାୟର ବିଚାର ସେ ନିଜ ଅଦାଲତରେ
ବିନା ଓକିଲ ଦ୍ବାରା ଶେଷ କରିପାରିବ ଲଢେଇ
ଆଉ ବନ୍ଦେ ଉତ୍କଳ ଜନନୀ କହି
ଛାତି ଫୁଲାଇ ନିର୍ଭୟରେ ବାଟ ଚାଲିପାରିବ ॥