STORYMIRROR

MANOJ KUMAR PATRA

Comedy Crime Inspirational

4  

MANOJ KUMAR PATRA

Comedy Crime Inspirational

ଚାଙ୍ଗା ଅଫିସର

ଚାଙ୍ଗା ଅଫିସର

1 min
382

ଅଫିସର୍ ତତେ କିଏ କଲା

ଗୁଲାବଜାମୁନକେ କହେସୁ ଗୁଲ୍ ଗୁଲା

ହଇରେ ଅଫିସର୍ ତତେ କିଏ କଲା ?    ।୧।

ବାନ୍ଦର କହେସି କଙ୍କଡା କେ

କଙ୍କଡା ନି ଖାଏଁ ମାଛ୍ ଖାଇଁସି

ମୁଇଁ ହୁଁ ରେ ବାନ୍ଦୁ ହୁଁ,

ବାଟ ଦେଖୁଥିସି ବସି ଝରନେ

କଙ୍କଡା ବାହାରବା କେତେଖନେ

ବାହାରଲେ ଧରି ଛୁ ।

ଧରି ଛୁ ମାର୍ ଲୁ ହେସୁ ତୁଇ ଅଗଲା,

ହଇରେ ଅଫିସର ତତେ କିଏ କଲା.....?  ।୨।

ବାନ୍ଦର କହେସି ମାଛ୍ କେ 

ମାଛ୍ ନି ଖାଏଁ କଙ୍କଡା ଖାଏଁସି

ମୁଇଁ ହୁଁ ରେ ବାନ୍ଦୁ ହୁଁ,

ଡୁଙ୍ଗିଥିସି ବସି ଗାଡିଆନେ

ମାଛ୍ ବାହାରବା କେତେଖନେ 

ବାହାରଲେ ମାର୍ ସି ଛୁ।

ଛୁ ମାରି କହେସୁ ହେଇଛେଁ ଟିକେ ଚଗଲା,

ହଇରେ ଅଫିସର୍ ତତେ କିଏ କଲା.....?  ।୩।

ଅଫିସର୍ କହେସି ପିଅନ୍ କେ

ବସିଥିବୁ ଚେୟାର୍ ଥି ଇଠାନେ

ବଡ୍ ପାଟି ଆଏଲେ ବତାବୁ ଫଟ୍ ନେ

ଆଏଲେ ଚାହାପାଏନ୍ ଦେସନ୍ ଝଟ୍ ନୁ,

ଠରା ନରା କେତେ କଥା ହେଁହେଁ ଫେଁଫେଁ

କରସନ୍ ହିସାବ କିତାବ ଛିଡାଛିଡି ଯେତେ

ବଡପାଟିଆ ଭରସନ୍ ଡ୍ରଥି ଚଟ୍ ନୁ ।

ଚାଙ୍ଗା ହେଇ କହେସି ସବୁ କରସି ଉପରବାଲା,

ହଇରେ ଅଫିସର ତତେ କିଏ କଲା.....??  ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy