ନୂଆ ବର୍ଷ
ନୂଆ ବର୍ଷ
ଇଂରାଜୀ ନବ ବର୍ଷର ଶୁଭେଚ୍ଛାକୁ
ଜଣାନ୍ତି ସଭିଏଁ ହେପି ନିୟୁ ଇୟର,
ବଦଳି ଯାଏ କେବଳ ଦିନ ଓ ତାରିଖ
ରହିଯାଏ କନା ଉଡିଯାଏ କର୍ପୂର।
ଆଧୁନିକ ଚାକଚକ୍ଯର ଦ୍ବାହି ଦେଇ
ହଟେଲରେ ପାଳନ୍ତି ଜିରୋନାଇଟ୍,
ଅପଭ୍ରଂଶ ହୁଏ ଭାରତୀୟ ସଂସ୍କୃତି
ଅସଂଯତ ଯୁବକଯୁବତୀଙ୍କ କାଇଟ୍।
ପଣ୍ଡିତ ବୋଲାଏ ରାବଣ ଗର୍ବେ
ସୁନାର ଲଙ୍କା ହେଲା ଛାରଖାର,
ପ୍ରତିହତ ହେଉ ଗର୍ବ ଅହଂକାର
ହେଉ ପ୍ରତିଷ୍ଠିତ ନମ୍ରତା ଓ ଶିଷ୍ଟାଚାର।
ଆଫଗାନିସ୍ଥାନ, ପାକିସ୍ତାନ ଭଳି ଦେଶ
ହୁଅନ୍ତି ହିଂସାରେ ଧ୍ବଂସ ମାନବଜାତି,
ପୂରାତନ ହେଉ ହିଂସା ବିଦ୍ବେଷ
ବ୍ଯାପିଯାଉ ବାପୁଜୀଙ୍କ ଅହିଂସା ନୀତି ।
ପ୍ରଚଳିତ ବ୍ଯବସ୍ଥା ଓ ନୀତି ଆଦର୍ଶକୁ ଭିତ୍ତିକରି
କରନ୍ତି ଦୁର୍ନୀତି ଓ ଅପରାଧ,
ପ୍ରତିଷ୍ଠିତ ହେଉ ଶା
ନ୍ତି, ମୈତ୍ରି ଓ ସାଧୁତା ଯାହା କଣ୍ଟକିତମୁକ୍ତ ହେଉ ଜୀବନପଥ।
ଦୈବିଦୁର୍ବିପାକରେ କ୍ଷତି ହୁଏ ଅନେକ ଫସଲ
ଉଜୁଡିଯାଏ ପରିବାର ଓ କ୍ଷେତ, ଶକ୍ତହେଉ ହାତମୁଠା, ଉଦ୍ଯୋଗ ହେଉ ଅନ୍ନ
ମାଟିର ମଣିଷ କୃଷକଙ୍କ ରଥ ।
ଇତିହାସ କହେ ସିପାହୀ ଓ ସୈନିକଙ୍କ ଲହୁଲୁହ
ବଳିଦାନରେ ଦେଶ ସୁରକ୍ଷିତ,
ଖରା,ବର୍ଷା, ଶୀତକାକରରେ ଅନବରତ କର୍ତ୍ତବ୍ୟ
ହେଉ ତାଙ୍କ ଶରୀର ବଜ୍ର ଓ ଶକ୍ତ ।
ଚୀନର ଉହାନ ସହରରୁ ଜନ୍ମ ନେଇଥିବା
କରୋନାରେ ଅଗଣିତ ଲୋକ ମୃତ,
ବିଜ୍ଞାନ ଓ ବୈଜ୍ଞାନିକଙ୍କ ବଳିଷ୍ଠ ଉଦ୍ୟମରେ
ଟୀକା ଦ୍ବାରା ଅନେକ ଜୀବିତ।
ବିସ୍ତିର୍ଣ୍ଣ ଅନ୍ଧବିଶ୍ବାସ, କୁସଂସ୍କାର, ଅପାଠୁଆ
ନିମନ୍ତେ ଅମଣିଷ ଓ ସମାଜ କଳୁଷିତ,
ପଥ ପ୍ରଦର୍ଶକ, ସମାଜ ସଂସ୍କାରକ, ସୁଧାରକ
ହେଉ ଏ ଦେଶର ଶିକ୍ଷକଙ୍କ ମୂଳମନ୍ତ୍ର।