ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
କାନ୍ଦୁଚି ଜନନୀ ବାହୁନି ବାହୁନି
କାହିଁଗଲୁ ଧନମୋର ;
ଆଖିଲୁହ ମୋର ପିଉଚିତ ଓଠ
ଉଜୁଡି ଗଲା ସଂସାର ।
ହୃଦୟ ସ୍ପନ୍ଦନ ବାୟୁସେନା ଧନ
ଅମୂଲ୍ୟ ରତ୍ନ ଲୋଚନ ,
ବୃଦ୍ଧକାଳେ ଦୁଃଖ ଦେଇଗଲୁ ପୁତ୍ର
ସରିଗଲା ସୁଖଦିନ ।
ବାରାପୁର ମାଟି ଝୁରୁଛିରେ ଆଜି
ରାଜୀବ ଲୋଚନ ସୁତ ,
ଦେଶ ମାତୃକାର ହେ'ବୀର ଯବାନ
ଅକାଳରେ ଗଲ ମିତ ।
ପଦ୍ମ ବାସନ୍ତୀଙ୍କ ହୃଦୟ ମାଣିକ
ନୟନ ପୀତ୍ତୁଳା ତାରା ,
ପୁତ୍ରହରା ଦୁଃଖ ଭରିଦେଲା କୋହ
ଆଉକେ ହବ ସାହାରା ।
ହୀନିକପାଳିନୀ କାନ୍ଦୁଛି ବାହୁନି
ରଶ୍ମିତା ରୋଶନୀ ପତ୍ନୀ ,
ଯୁବାକାଳେ ଛାଡି ଗଲହେ ବାହୁଡି
କେମିତି ବଞ୍ଚିବ ମୂର୍ଚ୍ଛି ।
କୋମଳା ଚପଳା ଶୁଭଙ୍କରୀ କନ୍ୟା
ପୋଛୁଚି ମାଆ ଆଖି ଲୁହ ,
ଏତିକି ବୁଝୁଛି ବାପା ଶୋଇଛନ୍ତି
ଭଲନାହିଁ ବୋଧେ ଦେହ ।
ସଂଜୀବ ଅନୁଜ ହରାଇଛି ଧର୍ଯ୍ୟ
ନାହିଁ ଆଉ ଯୋଦ୍ଧା ଭାଇ ,
କାହାବଳେ ଆଉ ହେଵ ବଳୀୟାନ
ସପନ ଗଲା ଉଭେଇ ।
ବାୟୁସେନା ବୀର ରାଜୀବ ଲୋଚନ
ସମାଦେଷ୍ଟା ପଦେ ଥିଲ ,
କର୍ତ୍ତବ୍ୟକୁ ମିତ କରିଥିଲ ବ୍ରତ
ଜଳାଞ୍ଜଳି ଦେଇ ଗଲ ।
ଜନମ ମାସରେ ବାହୁଡି ଗଲ'ହେ
କୁଳର ଚନ୍ଦ୍ରମା ସୁତ ,
ଜନମ ମାସକୁ ଭୁଲି ନଯିବାକୁ
ସଂଯୋଗ କଲକି ସତ !?!
କର୍ତ୍ତବ୍ୟସ୍ଥଳିର ତେଜପୁର ଦୁର୍ଗେ
ଇହଲୀଳା ସମ୍ବରିଲ ,
ଥଣ୍ଡା ସନ୍ନିପାତ ମରଣ କାରକ
ହରିନେଲା ସୁନାଫୁଲ ।
ମାଅା ଭାରତୀର ସୁରକ୍ଷା ଦାୟିତ୍ଵ
ତବ ହସ୍ତେ ଥିଲା ନ୍ୟସ୍ତ ,
ଦିବସ ରଜନୀ ଜାଗ୍ରତ ପ୍ରହରୀ
କର୍ତ୍ତବ୍ୟରେ ଥିଲବ୍ୟସ୍ତ ।
ବିଧିର ବିଧାନ କଲା ମ୍ରିୟମାଣ
ଥଣ୍ଡା ସନ୍ନିପାତ ରୋଗ ,
ବାହାନା ଯମର ଛଡ଼େଇ ନବାର
କିଛିତ କରିନ ଭୋଗ ।
ହେ'ଭାଗ୍ୟ ବିଧାତା କଲୁରେ ହୀନସ୍ତା
ଅପଯଶ ଅରଜିଲୁ ,
କେମିତି ସହିବି କେମିତି ବଞ୍ଚିବି
ମାଆକୁ ବାୟାଣୀ କଲୁ ।
ବେହେରା ଦାୟାଦ ଥିଲା ଯୋଗ୍ୟସୁତ
ନଥିଲା ତକିଛି ଖୁଣ ,
ଦେଶ ସେବା ପାଇଁ ଥିଲା ସମର୍ପିତ
ଅଶୁଝା ରହିଲା ଋଣ ।
କହି ଯାଇଥିଲା କାନ୍ଦିବୁନି ମାଆ
ଆସିବି ସଅଳେ ଫେରି ;
ମୁଁ'ପରା ଅଛି ତୋ'ନୟନ ପିତ୍ତୁଳି
ଦୁଃଖକରୁ କାହିଁପାଇଁ ।
ବାରାପୁର ମାଟି ଝୁରୁଚିରେ ଆଜି
କାହିଁ ଗଲୁ ରାଜୀବରେ ;
ହସହସ ମୁଖ ଆଖିରେ ଭାସୁଛି
ନାହୁଁ ଆଉ ଦୁନିଆଁରେ ।
ହତଭାଗ୍ୟା ପତ୍ନୀ ରଶ୍ମୀତା କାନ୍ଦୁଚି
ଆଖିରୁ ଝରାଇ ଲୁହ ;
ହୃଦୟର କୋହ ପାରୁନି ସମ୍ଭାଳି
ଥିଲା କେତେ ତା'ର ମୋହ ।
ପଣତ ଭିଜିଲା ଆଖିର ଲୁହରେ
ତୋ'ଜୁଇ ନିଆଁକୁ ଦେଖି ;
ଜନମ ଦିନରେ ଗଲୁରେ ବାହୁଡ଼ି
କଅଁଳ ବୟସେ ଜାଣି ।
ହେ'ବୀର ଯବାନ ହୋଇବ ଜନମ
ବାରାପୁରେ ଆଉ ଥରେ ;
ବେହେରା ସୁପୁତ୍ର ସମର୍ପିବ ସ୍ନେହଁ
ସର୍ବେ ଆମେ ପ୍ରତୀକ୍ଷାରେ ।
ରାଜୀବ ଲୋଚନ କରୁଛି ଅର୍ପଣ
ଶ୍ରଦ୍ଧାର ସୁମନ ଅଶ୍ରୁ ;
ହୃଦୟରେ କୋହ ଆଖିରେ ମୋ' ଲୁହ
ତୁମଛବି ସଦା ଭାସୁ ।