ଅପରିଚିତ
ଅପରିଚିତ
ପୂର୍ବରୁ ଜାଣି ନଥିବା
ଲୋକଟା ଅପରିଚିତ,
ଆଗରୁ ଦେଖି ନଥିଲେ
ଲାଗେ ଅପରିଚିତ,
କେବେ କେବେ ଅନେକ
ଅପରିଚିତ ଲାଗନ୍ତି ପରିଚିତ |
ତାଙ୍କ ଆଖି ଚାଲି ଚାହାଣି
କଥା ଓ ଭାବ କରିଦିଏ
ଅପରିଚିତ କୁ ପରିଚିତ,
କେତେ ପରିଚିତ ଛନ୍ଦ
କପଟରେ ପଡି କରନ୍ତି
ଏମିତି ଅନିଷ୍ଟ କାମ
ପାଲଟିଯାନ୍ତି ଅପରିଚିତ |
କେବେ ଦେଖିନଥିବା
ଝିଅଟା ତାର ରୂପ ରଙ୍ଗ
ଲାଳିତ୍ୟ ଏମିତି ଲାଗେ ଭଲ
ନିକଟକୁ ଯିବାକୁ ଲାଗେ
ସଦା ବ୍ୟସ୍ତ ଓ ବିବ୍ରତ
ଆଖିରେ ଆଖି ମିଶାଇ
କଥାରେ କଥାକୁ ଯୋଡି
ହୁଅଇ ମନଟା ପାଗଳ
ହୋଇଯାଏ ସେ ପରିଚିତ
ସେଠି ସବୁ ଅପରିଚିତ |
ପାଠ ସାରି ଚାକିରୀ କଲେ
କଲେ ଅବା ବ୍ୟବସାୟ
ବନ୍ଧୁ ପରିଜନ ପିତା ମାତା
ଖୋଜନ୍ତି ନିଜ ପିଲାକୁ
କରିବାକୁ ହାତକୁ ଦି ହାତ
ଝିଅ ଘର ପୁଅଟିଏ ଅବା
ପୁଅ ଘର ଗୋଟେ ଝିଅ
ବିବାହ ବନ୍ଧନରେ ବାନ୍ଧି
ଆଣିଲେ ହେଁ ଅପରିଚିତ
ଵନିଯାଇ ଜୀଵନ ସାଥୀ
ହୋଇଯାନ୍ତି ଅନ୍ତରଙ୍ଗ |
କେବେ କେବେ ଅସୁବିଧାରେ
ଅପରିଚିତ ସ୍ଥାନରେ ଅବା
ଅସହାୟ ହେଲେ ସହଯୋଗ
ସହାୟତାର ହାତ ଲମ୍ବିଆସେ
ଯାହା ଥାଏ ଅପରିଚିତ |
