STORYMIRROR

Samita Swain

Tragedy Children

3  

Samita Swain

Tragedy Children

ଅଫୁଟା କଳିକାର ଆତ୍ମଗାଥା

ଅଫୁଟା କଳିକାର ଆତ୍ମଗାଥା

1 min
246


ଫୁଟିବା ଆଗରୁ ଝଡି ଗଲାଦିନେ 

ଅଫୁଟା କୁନି କଳିକା

ଚିହ୍ନିବି ନଥିଲା ନିଜକୁ ନିଜେ ସେ 

ଥିଲା ଅବୋଧ ବାଳିକା।।


ଦିଶୁଥିଲା ସିଏ ବହୁତ ସୁନ୍ଦର 

କୁନି ପରୀଟିଏ ଭଳି 

ଆନନ୍ଦ ମନରେ ତା ଦୁନିଆରେ 

ବୁଲୁଥିଲା ହସି ଖେଳି।।


କାହିଁକି କେଜାଣି ଜୀବନକୁ ତାର 

ରାହୁ କଲା ଦିନେ ଗ୍ରାସ

କେତେ କଦାକାର କୁତ୍ସିତ ସେମାନେ 

ମଣିଷ ରୂପି ରାକ୍ଷସ ।।


ଏକୁଟିଆ ଦେଖି ଘେରିଗଲେ ତାକୁ 

ଉପରେ ଝାମ୍ପି ପଡିଲେ

ଲୋଭିଲା ଆଖିରେ କଅଁଳ ମାଂସକୁ

ଝୁଣିଝୁଣି ଖାଇଗଲେ।।


କୁତ୍ସିତ କେତେ ସେ କଦାକାର ଘୃଣ୍ୟ

ବିକୃତ ମାନସିକତା 

ନରଦେହ ବହି ପଶୁ ସେ ଅଟନ୍ତି 

ଆଚରି ପାଶବିକତା।।


ଯନ୍ତ୍ରଣା ରେ କଳି ହେଲା ଛଟପଟ

ଥରି ଉଠିଲା ଶରୀର 

ବଡ ପାଟିରେ ସେ ଚିଲେଇ କହିଲା

ତୁମେ ଭାରି ଭୟଙ୍କର ।।


ଭୟ ବିଜଡିତ କାରୁଣ୍ୟ ଆଖି ତା 

ଧିରେ ଧିରେ ମୁଦି ହେଲା

କାହା ଆଶୀର୍ବାଦ ପାଇ କୁନିକଳି 

ଆତ୍ମାଟିଏ ହୋଇଗଲା ।।


ସରଳ ନୀରିହ ଶିଶୁଟି ଉପରେ 

ଏତେ ସବୁ ଘଟିଗଲା

ସକାଳୁ ସକାଳୁ ପାଖ ଜଙ୍ଗଲରୁ 

ଶବ ଉଦ୍ଧାର ହୋଇଲା।।


ଖବର କାଗଜ ପୃଷ୍ଟା ମାନଙ୍କରେ 

ପ୍ରମୁଖ ଖବର ହେଲା

କ୍ଷଣିକ ମଧ୍ୟରେ ଟିଭି ସମାଚାର 

ବ୍ରେକିଂ ନ୍ୟୁଜ୍ କଲା।।


କୋହଭରା ମନେ କୁନି କଳିକାଟି 

କହିଲା ମନର କଥା 

ଘଟି ଯାଇଥିଲା ଯାହାତା ସହିତ 

କାଳିମା କଳଙ୍କ ଗାଥା।।


ଅବୋଧ ଶିଶୁଟି ଖୁସିରେ ସେ ଅଛି 

ଜହ୍ନ ରାଇଜକୁ ଯାଇ

ନିର୍ଭୟରେ ସେ ଖେଳୁଛି ରାତିରେ 

କେତେ ତାରା ସାଙ୍ଗ ପାଇ।।


ଡର ଭୟ ଏବେ ନାହିଁ ତାର ମନେ

ନାହିଁ କାହାରି ଆକଟ

ଘୁରି ବୁଲୁଛି ସେ କଅଁଳ କଳିକା

ମନ ତାର ନିଷ୍କପଟ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy