Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Romance Fantasy

4.0  

Prahallad Sahoo

Abstract Romance Fantasy

ଅନୂଖା ଖୁସି

ଅନୂଖା ଖୁସି

1 min
201


ଅନାମିକା

ଅତ୍ଯନ୍ତ ସ୍ୱାବଲମ୍ବୀ

ଅନୁଭୂତିର ଉଛ୍ଛାସ

ଅଦ୍ବିତୀୟ ରୂପ ଚାତୁରୀ

ଅନତିଦୂରେ ଉଦ୍ଭାସିତ

ଅତୀବ ରମଣୀୟ ସେ

ଅପଲକ ନୟନେ ଦୃଷ୍ଟି ଫେରେଇ

ଆପଣେଇ ନିଏ

ଅନୂଖା ଅଙ୍ଗଭଙ୍ଗି ରେ

ଅନଭ୍ୟସ୍ତ ମୁଁ

ଆତ୍ମ ଚେତା ହରେଇ

ଆକର୍ଷିତ ହୁଏ

ଅମୂଲ୍ଯ ରତ୍ନ ଯେମିତି

ଅହେତୁକ ବିଳମ୍ବ ଯନ୍ତ୍ରଣାଗ୍ରସ୍ତ

ଅହଲ୍ୟାର ପ୍ରତୀକ୍ଷା ମୁକ୍ତି ଉଦ୍ଦେଶ୍ଯ

ଆକଳୀବାର ଅନଭିଜ୍ଞ

ଅନନ୍ତ ପ୍ରେମର ପ୍ରତୀକ

ଅସୀମିତ ଧୈର୍ଯ୍ୟର ଉତ୍ସ

ଅକୃତ୍ରିମ ସ୍ନେହ ମମତା

ଅପ୍ରତୀମ ଭାବର ବନ୍ଧନ

ଅବିଶ୍ରାନ୍ତ କର୍ମ ନୈପୁଣ୍ଯତା

ଅବିଶ୍ବସନୀୟ ନିଦର୍ଶନ

ଅମୃତମୟ ଆହ୍ବାନ

ଆତ୍ମୀୟତାର ଚୁମ୍ବନ ଟିଏ

ଆଙ୍କିଦିଏ ପ୍ରେମର ପର୍ବ

ଆଦର୍ଶ ଆଚରଣ

ଆସକ୍ତିର ଅୟମାରମ୍ଭ

ଆନନ୍ଦର ଆବିଷ୍କାର

ଅଙ୍ଗୀକାରବଦ୍ଧ ମନ

ଅଦୃଶ୍ଯ ଶକ୍ତିର ସମ୍ମୋହନରେ

ଆବିର୍ଭୁତ କାମନା ବାସନା

ଅଗ୍ନିରେ ଲମ୍ଫ ଦେଲା ପ୍ରାୟ ପତଙ୍ଗ

ଅଭିଭୂତ ହୁଏ କାମ ଜ୍ବାଳାରେ

ଆତ୍ମ ବିସ୍ତୃତିରେ ବିଭୋର ପ୍ରାଣ

ଅନ୍ତିମ ଅବକ୍ଷୟର ସ୍ମୃତିଚାରଣ କରୁଥାଏ

ଅନାମିକାର ଅନେକ ଅନୁଭବ।।



Rate this content
Log in

Similar oriya poem from Abstract